fbpx

ଦିନକରେ ୧ ଲକ୍ଷ ୬୧ ହଜାର ୩୮୬ ପଜିଟିଭ ଚିହ୍ନଟ, ୧୭୩୩ ମୃତ

Advertisement

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୩୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୯.୨୬% ରହିଛି । ସେହିପରି ୨୪ ଘଣ୍ଟାରେ ୧୭୩୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୭ ହଜାର ୯୭୫କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୯୫ ଲକ୍ଷ ୧୧ ହଜାର ୩୦୭ ଜଣ ଆକ୍ରାନ୍ତ । ବର୍ତ୍ତମାନ ୧୬ ଲକ୍ଷ ୨୧ ହଜାର ୬୦୩ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଦେଶରେ ୧୬୭ କୋଟି ୨୯ ଲକ୍ଷ ୪୨ ହଜାର ୭୦୭ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.