fbpx

ଦେଶରେ କରୋନା ନେଲା ୧୦୦୮ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୨ ହଜାର ୪୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୦.୯୯% ରହିଛି । ସେହିପରି ୨୪ ଘଣ୍ଟାରେ ୧୦୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ଜଣ ଆକ୍ରାନ୍ତ । ବର୍ତ୍ତମାନ ୧୫ ଲକ୍ଷ ୩୩ ହଜାର ୯୨୧ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଦେଶରେ ୧୬୭ କୋଟି ୮୭ ଲକ୍ଷ ଲୋକ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.