କେଉଁଠି ଜନ୍ମ ହେଲା ପ୍ରଥମ ଜେନେରେସନ ବିଟା କିଡ୍ସ, ସମସ୍ତେ ଡାକିଲେ ବିଟା ବେବି..
ମିଜୋରାମରେ ଜନ୍ମ ହେଲା ପ୍ରଥମ ବିଟା କିଡ୍ସ । 2025 ମସିହାରୁ 2039 ମସିହା ପର୍ଯ୍ୟନ୍ତ ଚାଲିବ ବିଚା ଯୁଗ ।
ନୂଆଦିଲ୍ଲୀ: ଭାରତରେ ଆରମ୍ଭ ହୋଇଛି ବିଟା ଯୁଗ । 2025 ମସିହାରେ ଜନ୍ମିତ ଶିଶୁଙ୍କୁ ବିଟା କିଡ୍ସ କୁହାଯାଉଛି । ତେବେ ଆପଣ ଜାଣିଛନ୍ତି କି ଜାନୁଆରୀ 1 ତାରିଖରେ ପ୍ରଥମ ଶିଶୁ କେଉଁଠାରେ ଜନ୍ମ ହୋଇଛି ।
ମିଜୋରାମର ଦୂରତଲାଙ୍ଗ, ଆଇଜୋଲସ୍ଥିତ ସିନୋଡ ହସ୍ପିଟାଲରେ ୧ ଜାନୁୟାରୀ ୨୦୨୫ ସକାଳ୧୨ଟା ବାଜି ୩ ମିନିଟ୍ରେ ପ୍ରଥମ ବିଟା କିଡ୍ସ ଜନ୍ମ ହୋଇଛି । ତେବେ ବିଟା କିଡ୍ସଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିଡ୍ସ ମଧ୍ୟ କୁହଯାଉଛି ।
ଏହି ପିଢୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରବୋଟିକ୍ସ ଭଳି ଟେକ୍ନୋଲଜି ସହିତ ବିକଶିତ ହେବ । ସ୍ମାର୍ଟଫୋନ ଏବଂ ମୋବାଇଲକୁ ଅତି ସହଜ ଭାବେ ବ୍ୟବହାର କରିପାରିବେ ।
ଜେନେରେସନ ବିଟା କଣ- ଗତ ଜାନୁଆରୀ 1 ତାରିଖ ଠାରୁ ବିଟା ଯୁଗ ଆରମ୍ଭ ହୋଇଥିବା ବେଳେ ଏହା 2025 ମସିହାରୁ 2039 ମସିହା ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ ମଧ୍ୟରେ ଜନ୍ମିତ ଛୁଆକୁ ବିଟା ଜେନେରେସନ ବୋଲି କୁହାଯିବ । ଜେନ ବିଟା ପୂର୍ବରୁ ଜେନ ଆଲଫା (ଜନ୍ମ 2010-2024) ଏବଂ ଏହା ପୂର୍ବରୁ ଜେନ ଜେ (ଜନ୍ମ 1997-2012) ପୂର୍ବରୁ ରହିଥିଲା ।
ଜେନ ଆଲଫା ଆସିବା ପରେ ଜେନ ବିଟା ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ହିଁ ନାମକରଣ କରାଯିବ । ତେବେ ଦେଶର ପ୍ରଥମ ବିଟା କିଡ୍ସ ମିଜୋରାମରେ ହୋଇଛି ।