ନୂଆଦିଲ୍ଲୀ: ୨୦୨୫ରେ ଭାରତର ଜନସଂଖ୍ୟା ବୃଦ୍ଧି ହାର ୦.୯% ରହିବ । ଫଳରେ ମୋଟ ଜନସଂଖ୍ୟା ୧୪୬ କୋଟି ଛୁଇଁବା ସମ୍ଭାବନା ରହିଛି । ଜାତିସଂଘ ଅର୍ଥନୈତିକ ସାମାଜିକ ବ୍ୟାପାର ବିଭାଗ (ୟୁଏନ୍ଡିଇଏସ୍ଏ) ପକ୍ଷରୁ ଏହି ଆକଳନ କରାଯାଇଛି ।
ୟୁଏନ୍ଡିଇଏସ୍ଏ ମୁତାବକ, ଭାରତରେ ୨୦୩୫ ସୁଦ୍ଧା ଉତ୍ପାଦକତାରେ ବୃଦ୍ଧି ଦେଖାଦେବ ।
କାରଣ କାମ କରୁଥିବା ଜନସଂଖ୍ୟା (୧୫ରୁ ୬୪ ବର୍ଷ) ଉପରେ କାର୍ଯ୍ୟ କରୁ ନ ଥିବା ବର୍ଗର ଜନସଂଖ୍ୟା (୧୫ ବର୍ଷରୁ କମ୍ ଓ ୬୪ ବର୍ଷରୁ ଅଧିକ)ର ନିର୍ଭରଶୀଳତା ଆଗାମୀ ୧୧ ବର୍ଷ ପର୍ଯ୍ୟନ୍ତ ଲଗାତର ଭାବେ ହ୍ରାସ ପାଇବ । ଜାତୀୟ ଜନଗଣନା ୨୦୨୫ରୁ ଆରମ୍ଭ ହେବ । ଏହା ୨୦୨୬ ପ୍ରାରମ୍ଭରେ ଶେଷ ହେବା ନେଇ ଆଶା କରାଯାଉଛି । ପ୍ରତି ୧୦ ବର୍ଷରେ ହେବାକୁ ଥିବା ଜନଗଣନା ୨୦୨୧ରେ ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ତାହା ଟଳିଥିଲା ।