fbpx

ଭାରତର ପ୍ରସ୍ତାବ: ପାକିସ୍ତାନ ରାସ୍ତା ଦେଇ କାବୁଲରେ ଖାଦ୍ୟଶସ୍ୟ ପହଞ୍ଚାଇବାକୁ ଦିଅନ୍ତୁ, ଇମ୍ରାନ କହିଲେ- ବିଚାର କରିବୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନୀଙ୍କ ସତ୍ତା ଆସିବା ପରେ ସେଠରେ ସ୍ଥିତି ଖୁବ୍ ଶୋଚନୀୟ ରହିଛି । ଲୋକାମାନଙ୍କୁ ଠିକ୍ ଭାବରେ ଖାଦ୍ୟ ମଧ୍ୟ ମିଳିପାରୁନି । ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭୁସୁଡ଼଼ି ପଡ଼ିଛି । ଏନେଇ ଏବେ ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର କହିଛନ୍ତି ଯେ ଆଫଗାନିସ୍ତାନକୁ ଖାଦ୍ୟ ଶସ୍ୟ ପରିବହନ ପାଇଁ ଭାରତର ପ୍ରସ୍ତାବ ଉପରେ ସେ ସକାରାତ୍ମକ ଦୃଷ୍ଟି ବିଚାର କରିବ। ବାସ୍ତବରେ, ଭାରତ କିଛି ଦିନ ପୂର୍ବରୁ କହିଥିଲା ଯେ ଖାଦ୍ୟ ଶସ୍ୟ (ବିଶେଷକରି ଗହମ) ଆଫଗାନିସ୍ତାନକୁ ପରିବହନ କରିବାକୁ ଚାହୁଁଛି ଏବଂ ପାକିସ୍ତାନ ଏଥିପାଇଁ ନିଜର କିଛି ଜମି ବ୍ୟବହାର କରିବାକୁ ଦେଉ ।

ଆଫଗାନିସ୍ତାନ ଲୋକଙ୍କୁ ମାନବିକ ସହାୟତା ଯୋଗାଇବାରେ ଭାରତର ଅନେକ ଯୋଗଦାନ ରହିଛି । ଏଥିରେ ଗତ ଦଶନ୍ଧିରୁ ଆଫଗାନିସ୍ତାନକୁ ଏକ ମିଲିୟନ ମେଟ୍ରିକ୍ ଟନ୍ ରୁ ଅଧିକ ଗହମ ଯୋଗାଇବା ଅନ୍ତର୍ଭୁକ୍ତ ରହିଛି ଜ୍ଝ ଏବେ ପୁଣି ଥରେ ଭାରତ କାବୁଲକୁ ୫୦ ହଜାର ମେଟ୍ରିକ୍ ଟନ୍ ଗହମ ବିତରଣ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ଜ୍ଝ ତେବେ ଭାରତରୁ ଆଫଗାନିସ୍ତାନ ପର୍ୟ୍ୟନ୍ତ ରାସ୍ତା ପାକିସ୍ତାନ ଦେଇ ଯାଇଥାଏ । ଭାରତ ଆଟାରି-ୱାଗା ସୀମା ମାର୍ଗ ଦେଇ ଆଫଗାନିସ୍ତାନକୁ ଗହମ ପରିବହନ କରିବାକୁ ଚାହୁଁଛି ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆଫଗାନିସ୍ତାନରେ ଲାଗି ରହିଥିବା ଖାଦ୍ୟ ସଙ୍କଟ କାରଣରୁ ସେଠାକାର ଜନସାଧାରଣ ପ୍ରଭାବିତ ହେଉଛନ୍ତି । ତେଣୁ ଆଫଗାନିସ୍ତାନରେ ଖାଦ୍ୟ ଶସ୍ୟ ପହଞ୍ଚାଇବାକୁ ଚାହୁଁଛି ତେଣୁ ପାକିସ୍ତାନ ଏଥିପାଇଁ ସହାୟତା କରିବା ଦରକାର । କୁହାଯାଉଛି ଯେ, ଆଫଗାନିସ୍ତାନର ତାଲିବାନ ସରକାର ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ତେବେ ଭାରତ ଦେଇଥିବା ଏହି ପ୍ରସ୍ତାବର ଉତ୍ତରରେ ଇମ୍ରାନ ସରକାର ନିଜର ଜବାବ ରଖିଛନ୍ତି । ସେ କହିଛନ୍ତି ପାକିସ୍ତାନ ଦେଇ ଆଫଗାନିସ୍ତାନରେ ଖାଦ୍ୟଶସ୍ୟ ପହଞ୍ଚାଇବା ଉପରେ ବିଚାର କରିବେ । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶର ମାନବିକ ସଙ୍କଟକୁ ରୋକିବା ପାଇଁ ସେ ସାମୂହିକ ଦାୟିତ୍ୱ ତୁଲାଇବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଥିଲେ।

Get real time updates directly on you device, subscribe now.