ନୂଆଦିଲ୍ଲୀ: ଜୋହାନ୍ସବର୍ଗ ଟି-୨୦ରେ ଭାରତର ରନ୍ ବର୍ଷା ଦେଖିବାକୁ ମିଳିଛି । ସଞ୍ଜୁ ସାମସନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଶତକ । ପ୍ରଥମ ଥର ପାଇଁ ଗୋଟିଏ ଟି-୨୦ରେ ଦୁଇଟି ଶତକୀୟ ଇନିଂସ । ଜୋହାନ୍ସବର୍ଗରେ ଖେଳାଯାଉଥିବା ଚତୁର୍ଥ ଟି-୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ୱିକେଟ୍ ହରାଇ ୨୮୩ ରନ୍ କରିଛି ।
ଦଳ ପକ୍ଷରୁ ସଞ୍ଜୁ ସାମସନ ଓ ଶିଖର ଧାୱନ ଶତକ ହାସଲ କରିଛନ୍ତି । ଏହି ସମୟରେ ଅଭିଷେକ ଶର୍ମା ୧୮ ବଲ୍ ରୁ ୩୬ ରନ୍ ର ଦ୍ରୁତ ଇନିଂସ୍ ଖେଳିଥିଲେ । ଦକ୍ଷିଣ ଆଫ୍ରିକାକୁ ବିଜୟ ଓ ଶୃଙ୍ଖଳାକୁ ସମାନ କରିବା ପାଇଁ ୨୮୪ ରନ୍ କରିବାକୁ ପଡ଼ିବ । ସିରିଜ୍ ରେ ଭାରତ ଏବେ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ମଧ୍ୟ ଜିତିବ ଭାରତ । ତେବେ ଦକ୍ଷିଣ ଆଫ୍ରିକା ଜିତିଲେ ସିରିଜ୍ ଡ୍ର ରେ ଶେଷ ହେବ ।