Valentine Dayକୁ ଖାସ୍ କରିବା ପାଇଁଁ IndiGo ଆଣିଲା ସାନଦାର ଅଫର୍, ଅଧା ରେଟରେ କରିପାରିବେ ଟିକେଟ ବୁକିଂ!
କପଲଙ୍କ ପାଇଁ ଖୁସି ଖବର ଆଣିଲା ଇଣ୍ଡିଗୋ । ଦୁଇଟି ଟିକେଟ ବୁକ୍ କଲେ ମିଳିବ ସାନଦାର ଡିସକାଉଣ୍ଟ ।
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଭାଲେଣ୍ଟାଇନ୍ସ ଡେ ଅବସରରେ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ସ୍ବତନ୍ତ୍ର ଅଫର । ଏହି ଅଫର ଅନୁଯାୟୀ, ଦମ୍ପତିମାନେ କମ୍ ଭଡ଼ାରେ ଏକାଠି ଯାତ୍ରା କରିବାର ସୁଯୋଗ ପାଇବେ ।
ଦୁଇ ଜଣ ଯାତ୍ରୀଙ୍କ ପାଇଁ ଟିକେଟ ବୁକିଂ ଉପରେ ମୂଳ ଭଡ଼ାରେ 50% ପର୍ଯ୍ୟନ୍ତ ରିହାତି ଘୋଷଣା କରିଛି ବିମାନ କମ୍ପାନୀ । ଏହି ଅଫର ୧୨ ଫେବୃଆରୀ ୨୦୨୫ ରୁ ୧୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଲାଗୁ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।
କପଲଙ୍କ ପାଇଁ ସାନଦାର ଅଫର- ଏହି ଅଫର ଅନ୍ତର୍ଗତ ଏକ ସର୍ତ୍ତ ମଧ୍ୟ ରହିଛି । ଏହି ଅଫର କେବଳ କିଛି ନିର୍ଦ୍ଦିଷ୍ଟ ଘରୋଇ ଏବଂ ଆନ୍ତର୍ଜାତୀୟ ରୁଟରେ ପ୍ରଯୁଜ୍ୟ ଅଟେ ।
ଯାତ୍ରା ତାରିଖ ବୁକିଂ ସମୟର ଅତି କମରେ 15 ଦିନ ପରେ ହେବା ଉଚିତ । ଇଣ୍ଡିଗୋର ୱେବସାଇଟ୍, ମୋବାଇଲ୍ ଆପ୍, ଇଣ୍ଡିଗୋ 6E ସ୍କାଏ ଏବଂ ସେମାନଙ୍କର ଯାତ୍ରା ଅଂଶୀଦାରମାନଙ୍କ ମାଧ୍ୟମରେ ଏହି ସୁବିଧା ପାଇପାରିବେ ।
ଲଗେଜରେ 15 ପ୍ରତିଶତ ଯାଏଁ ଡିସକାଉଣ୍ଟ- କିଛି ନିର୍ଦ୍ଦିଷ୍ଟ ଘରୋଇ ଏବଂ ଆନ୍ତର୍ଜାତୀୟ ରୁଟରେ, ଯାତ୍ରୀମାନେ ଅଧିକ ବ୍ୟାଗେଜ ପାଇଁ ଆଗୁଆ ଦେୟ ଦେଇ 15% ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହା ସହିତ, ଷ୍ଟାଣ୍ଡାଡ ସିଟ୍ ଚୟନ ଉପରେ 15% ରିହାତି ଉପଲବ୍ଧ ରହିଛି ।
ଯଦି ଆପଣ ଅଧିକ ଆରାମ ଚାହୁଁଛନ୍ତି, ତେବେ ଜରୁରୀକାଳୀନ ଏକଜିଟ୍ XL ସିଟ୍ ଘରୋଇ ବିମାନ ପାଇଁ 599 ଟଙ୍କା ଏବଂ ଅନ୍ତର୍ଜାତୀୟ ବିମାନ ପାଇଁ 699 ଟଙ୍କାରୁ ଆରମ୍ଭ ହେଉଛି । ଇଣ୍ଡିଗୋ ବିମାନ ଯାତ୍ରା ସମୟରେ ଖାଦ୍ୟ ଏବଂ ପାନୀୟ ଉପରେ ମଧ୍ୟ ରିହାତି ପ୍ରଦାନ କରୁଛି ।