fbpx

ଭାରତକୁ ଇଣ୍ଡୋନେସିଆର ଝଟକା, ଦେଶର ମହଙ୍ଗା ସ୍ଥୀତି ମଧ୍ୟରେ ହୁ ହୁ ହୋଇ ବଢିବାକୁ ଯାଉଛି ଖାଇବା ତେଲର ଦର

ବିଭିନ୍ନ କାରଣରୁ ପୁର୍ବରୁ ହିଁ ଦେଶରେ ଦରଦାମ୍ ସାଧାରଣ ଲୋକଙ୍କୁ କଷଣ ଦେଉଛି । ଏବେ ପୁଣି ଖାଇବା ତେଲର ଦାମ ବଢିବା ନେଇ ଆଶଙ୍କା କରାଯାଉଛି । ଏବେ ଇଣ୍ଡୋନେସିଆ ପାଇଁ ଏହି ବିପଦି ଆସିବାକୁ ଯାଉଛି । ୨୮ ଏପ୍ରିଲରୁ ଇଣ୍ଡୋନେସିଆ ପାମ ତେଲ ରପ୍ତାନୀ ଉପରେ ରୋକ ଲଗାଇବାକୁ ଯାଉଛି । ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ରହିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଭାରତ ବିପୁଳ ପରିମାଣରେ ଇଣ୍ଡୋନେସିଆରୁ ପାମ ତଲ ଆମଦାନୀ କରିଥାଏ । ବର୍ତ୍ତମାନ ଇଣ୍ଡୋନେସିଆର ଏହି ନିଷ୍ପତି ପରେ ଭାରତରେ ମହଙ୍ଗା ଖାଇବା ତେଲର ଦାମ୍ ପୁଣି ବଢିବା ନିଶ୍ଚିତ ।

ପୁରା ବିଶ୍ୱରେ ଇଣ୍ଡୋନେସିଆ ସର୍ବାଧିକ ପାମ ତେଲ ଉତ୍ପାଦନ କରିଥାଏ । ଏହା ପଛକୁ ମାଲେସିଆ ଦ୍ୱତୀୟ ସ୍ଥାନରେ ରହିଛି । ରାଷ୍ଟ୍ରପତି ଜୋକୋ ୱିଡୋଡୋ ଶୁକ୍ରବାର ପାମ ତେଲର ରପ୍ତାନୀ ରୋକିବାକୁ ନିଷ୍ପତି ନେଇଛନ୍ତି ।

ବର୍ତ୍ତମାନ ସମୟରେ ଭାରତ ପ୍ରାୟ ୯୦ ଲକ୍ଷ ଟନ୍ ପାମ ତେଲ ଆମଦାନୀ କରୁଛି । ଏଥିରୁ ୭୦ ପ୍ରତିଶତ ଇଣ୍ଡୋନେସିଆରୁ ଆସିଥାଏ । ବାକି ୩୦ ପ୍ରତିଶତ ମାଲେସିଆରୁ ଆସିଥାଏ । ୨୦୨୦-୨୧ ବର୍ଷରେ ଭାରତ୮୩.୧ ଲକ୍ଷ ଟନ୍ ପାମ ତେଲ ଆମଦାନୀ କରିଥିଲା ।

ତେବେ ଇଣ୍ଡୋନେସିଆର ଏହି ନିଷ୍ପତି ପରେ ଭାରତ ଭୟଙ୍କ ଭାବରେ ପ୍ରଭାବିତ ହେବାକୁ ଯାଉଛି । ଭାରତ ଏବେ ମାଲେସିଆ ଉପରେ ଅଧିକ ନିର୍ଭର ହେବାକୁ ପଡ଼ିବ । ଏପରି ସ୍ଥିତିରେ ଭାରତରେ ଆଗାମୀ ଦିନରେ ଖାଇବା ତେଲ ଦର ଯଥେଷ୍ଠ ବଢିବାର ଆଶଙ୍କା କରାଯାଉଛି ।

 

Get real time updates directly on you device, subscribe now.