fbpx

ଟ୍ରେନି ଆର୍ମିଙ୍କ ଠୁ ଲୁଟ୍, ବନ୍ଧୁକ ଦେଖାଇ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି । ସହର ଠାରୁ 50 କିଲୋମିଟର ଦୂରରେ ଥିବା ଏକ ପିକନିକ ସ୍ଥାନକୁ ବାହାରିଥିଲେ ଟ୍ରେନିଂ ଆର୍ମି ଯବାନ ଏବଂ ତାଙ୍କ ବାନ୍ଧବୀ । ସମସ୍ତେ ନାଇଟ୍ ଡ୍ରାଇଭ ସହିତ ପିକନିକରେ ବାହାରିଥିଲେ । ଭାବିଥିଲେ ରାତିରେ ବୁଲାବୁଲି କରି ସକାଳୁ ଘରକୁ ଫେରିବେ । ହେଲେ କ୍ଷଣକ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା ।

ଜାମ୍ ଗେଟ ନିକଟରେ ଆର୍ମିର ପୁରୁଣା ଫାରାରିଂ ରେଞ୍ଜ ନିକଟରେ 4 ଜଣ ସାଙ୍ଗ ବସିଥିଲେ । ତେବେ ହଠାତ 6 ଜଣ ଦୁର୍ବୃତ୍ତ ଆସି ଚାରିଜଣଙ୍କୁ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ଲୁଟ୍ କରିବା ପାଇଁ ଚେଷ୍ଟା କରିଥିଲେ । ଏପରିକି ସେମାନଙ୍କୁ ମାଡ ମଧ୍ୟ ମାରିଥିଲେ । ହେଲେ ଏତିକିରେ ସନ୍ତୁଷ୍ଟି ହୋଇନଥିଲେ ଦୁର୍ବୃତ୍ତ । ବନ୍ଧୁକ ମୁନରେ ବାନ୍ଧବୀ ସହିତ ଗଣଦୁଷ୍କର୍ମ କରିଥିଲେ ।  ମଙ୍ଗଳବାର ବିଳମ୍ବିତ ରାତି 2ଟା 30 ମିନିଟରେ ଏହି ଅଘଟଣ ଘଟିଥିଲା । ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ 10 ଲକ୍ଷ ଆଣିବା ପାଇଁ ପଠାଇ ଅନ୍ୟ ଜଣେ ବାନ୍ଧବୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଅନୁସାରେ, ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ନିନ୍ଦନୀୟ ଘଟଣା ବୋଲି କହୁଛନ୍ତି ।

Get real time updates directly on you device, subscribe now.