fbpx
BSKY
BJD YOUTH SKY
BJD MS SKY

(Video) ଅଚାନକ ଭୁଶୁଡିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ; ୨୦ ଫୁଟର ଘାଇ, ବୁଡ଼ିଗଲା ପୁରା ଗାଁ

କଳାହାଣ୍ଡି : (ଓଡ଼ିଶା ଭାସ୍କର) କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ । ୨୦ ଫୁଟର ଘାଇ, ଘାଇ ହେବା ଫଳରେ ଜଳମଗ୍ନ ହୋଇଛି ଦେପୁର ଗାଁ । ଘରେ ଘରେ ପାଣି ପସି ଘର ସାମଗ୍ରୀ, ଆସବାବପତ୍ର ନଷ୍ଟ ସହିତ ରାସ୍ତା ଉପରେ ଚାଲିଛି ୫ ଫୁଟର ପାଣି ।

ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଭାଙ୍ଗିଲା କେନାଲ । ଗାଁ ରେ ପାଣି ପଶିବା ପରେ ଲୋକେ ଜାଣି ଘରୁ ବାହାରିଥିଲେ । ଅନେକ ଲୋକଙ୍କ ଘରେ ପାଣି ପସି ଯିବା ଫଳରେ ଘର ଆଜବେଷ୍ଟର ଭାଙ୍ଗି ଘରୁ ବାହାରକୁ ବାହାରିଥିବା କହିଛନ୍ତି ଲୋକେ । ପ୍ରଶାସନ ବର୍ତମାନ ପର୍ଯ୍ୟନ୍ତ ପହଞ୍ଚି ନ ଥିବା ସୂଚନା ।

Get real time updates directly on you device, subscribe now.