fbpx

ରାଜ୍ୟରେ ବଢୁଛି ଶିଳ୍ପାନୁଷ୍ଠାନ ସଂସ୍ଥା: ନିଯୁକ୍ତି ପାଇବେ ୫ ଲକ୍ଷରୁ ଅଧିକ ଶିଳ୍ପ ମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥା ଗୁଡିକ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ଲାଗିଛି । ଆଗାମୀ ଦିନ ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି କରିବ ଶିଳ୍ପାନୁଷ୍ଠାନ । ଏନେଇ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।ସେ କହିଛନ୍ତି ଆଗାମୀ ଦିନ ଗୁଡିକରେ ପାଖାପାଖି ୫ ଲକ୍ଷ ୭ ହଜାର ୩୦୩ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।

ଏଥିପାଇଁ ୫୧୨ ସଂସ୍ଥାରୁ ୩୦ ସଂସ୍ଥା ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯାଇଛି । ଯାହାକି ୧୯,୫୨୮.୬ କୋଟି ପୁଞ୍ଜି ନିବେଶ କରିବା ସହ ୨୦ ହଜାର ୨୫୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଗତ ପାଞ୍ଚ ବର୍ଷ ମଧ୍ୟରେ ୫୧୨ଟି ବୃହତ ଶିଳ୍ପ ସଂସ୍ଥାକୁ ଅନୁମୋଦନ ମିଳିଛି । ଏଥିପାଇଁ ୧୧ ଲକ୍ଷ ୮୫ ହଜାର ୨୪୦ କୋଟି ପୁଞ୍ଜି ନିବେଶ ମଧ୍ୟ ହୋଇଛି ।

ସେହିପରି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛିନ୍ତି ଗତ ପାଞ୍ଚ ବର୍ଷରେ ୨୩୫ଟି ଶିଳ୍ପ ସଂସ୍ଥା ୬୮୪୮ ଏକର ଜମି ଇଡ଼କୋ ମାଧ୍ୟମରେ ନେଇଛନ୍ତି । ବେସରକାରୀ ଜମି ୧୮୦.୯୭ ଏକର ଜମି ପାଇଛନ୍ତି । ଆଗାମୀ ଦିନରେ ଶିଳ୍ପ ସଂସ୍ଥାକୁ ଆହୁରି ବଢିବାରେ ସାହାର୍ୟ୍ୟ କରିବ ବୋଲି ଶିଳ୍ପମନ୍ତ୍ର ପ୍ରକାଶଷ କରିଛନ୍ତି ।

Get real time updates directly on you device, subscribe now.