fbpx

INS ଶିବାଲିକ ପହଞ୍ଚିଲା ପର୍ଲ ହାର୍ବର, ବିଶ୍ୱର ସର୍ବଶ୍ରେଷ୍ଠ ନୌସୈନିକ ଅଭ୍ୟାସରେ ଦେବ ଯୋଗ

Advertisement

ଓଡିଶା ଭାସ୍କର: ଭାରତୀୟ ବହୁ ଭୂମିକାବାଲା ଷ୍ଟେଲ୍‌ଥ ଫ୍ରିଗେଟ ଆଇଏନଏସ ଶିବାଲିକ, ଦୁନିଆର ସବୁଠୁ ବଡ ନୌସୈନିକ ଅଭ୍ୟାସରେ ‘ରିମ ଅପ ଦି ପୈସିଫିକ’ ( RIMPAC ) ର ୨୯ ତମ ସଂସ୍କରଣରେ ଭାଗ ନେବା ପାଇଁ ପର୍ଲ ହାର୍ବର ପହଞ୍ଚି ସାରିଛି । ଭାରତୀୟ ନୌସେନା ଏକ୍ସ (ପୂର୍ବର ଟ୍ୱିଟର) ରେ ପୋଷ୍ଟ କରି ଲେଖିଛି ଯେ , ବିଶ୍ୱର ସବୁଠାରୁ ବଡ ନୌସୈନିକ ଅଭ୍ୟାସରେ ଭାଗ ନେବା ପାଇଁ ଆଇଏନଏସ ଶିବାଲିକ ପର୍ଲ ହର୍ବାର ପହଞ୍ଚି ସାରିଛି । ୨୭ ଜୁନରୁ ୭ ଜୁଲାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭ୍ୟାସରେ ବିଭିନ୍ନ ଅଭ୍ୟାସ ସହ ଅନେକ ପ୍ରତିଯୋଗିତା ଓ ପାରସ୍ପରିକ ଡେକ ଯାତ୍ରା ସାମିଲ ରହିବ ।

୬ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି RIMPAC-24 EXERCISE ର ଉଦ୍ଦେଶ୍ୟ ରହିଛି ବିଭିନ୍ନ ମିତ୍ର ଦେଶ ସହ ନୌସେନାରେ ପାରସ୍ପରିକ ଅନ୍ତର-ସଞ୍ଚାଳନ ସହ ବିଶ୍ୱାସର ନିର୍ମାଣ କରିବା । ଆମେରିକାର ନେତୃତ୍ୱରେ ଏହି ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ବିଶ୍ୱର ପ୍ରାୟ ୨୯ ଟି ଦେଶ ଭାଗ ନେଉଛନ୍ତି । ଭାରତୀୟ ସମୁଦ୍ରତଟରୁ ୯ ହଜାର ମାଇଲ ଦୂରରେ ହେଉଥିବା ଏହି ରେ ଆଇଏନଏସ ଶିବାଲିକର ଭାଗିଦାରୀ ବୈଶ୍ୱିକସ୍ତରରେ ଭାରତୀୟ ନୌସେନାର ପରିଚାଳନା କ୍ଷମତାର ନିଦର୍ଶନ ଅଟେ । ଆଇଏନଏସ ଶିବାଲିକ ୬ ହଜାର ଟନ ଓଜନର ଗାଇଡେଡ ମିସାଇଲ ଷ୍ଟେଲ୍‌ଥ ଫ୍ରିଗେଟ ଅଟେ ଯାହା ଭାରତରେ ଡିଜାଇନ ଓ ନିର୍ମିତ ହୋଇଛି ।

Get real time updates directly on you device, subscribe now.