fbpx

ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଗାଡି ଯାଞ୍ଚ; ପଦ୍ମପୁର ପ୍ରଚାର ପାଇଁ ଯିବା ସମୟରେ…

ଭୁବନେଶ୍ୱର: ଆଉ କିଛି ଦିନପରେ ଆରମ୍ଭ ହେବ ପଦ୍ମପୁର ଉପ ନିର୍ବାଚନ । ଯାହାକୁ ନେଇ ବର୍ତ୍ତମାନ ରାଜନୀତିକ ପାଣିପାଗ ସରଗରମ ରହିଛି । ତିନି ଦଳର ହେବି ୱେଟ୍ ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ସହ ନିଜ ଦଳକୁ ଜିତାଇବା ପାଇଁ ଚଳାଇଛନ୍ତି ରଣ କୌଶଳ । ତେବେ ଏହାରୀ ମଧ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ନିଜ ଦଳ ପାଇଁ ପଦ୍ମପୁର ଗସ୍ତ କରିଛନ୍ତି । କିନ୍ତୁ ସେ ଯିବା ସମୟରେ ତାଙ୍କ ଗାଡିକୁ ଯାଞ୍ଚ କରାଯାଇଛି । ଫଳରେ ଏହାକୁ ନେଇ ରାଜ ରାଜନିତୀରେ ହଇଚଇ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁର ପ୍ରଚାର ପାଇଁ ଯିବା ସମୟରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଗାଡି ଅଟକାଇ ଯାଞ୍ଚ କରିଛି ପୋଲିସ । ପାଟଣାଗଡ-ପଦ୍ମପୁର ରାସ୍ତାର ଗୌରପାଲି ନିକଟରେ ଶ୍ରୀଯୁକ୍ତ ଷଡଙ୍ଗୀଙ୍କ ଗାଡି ଯାଞ୍ଚ ହୋଇଥିବା ଜଣା ପଡିଛି । ତେବେ ଚେକିଂ ସମୟରେ ତାଙ୍କ ଗାଡିରୁ କିଛି ମିଳି ନଥିବା ସୂଚନା ମିଳିଛି ।

ଶ୍ରୀଯୁକ୍ତ ଷଡଙ୍ଗୀ ଗାଡି ଚେକିଂକୁ ଅନୁମତି ଦେବା ସହ ପୋଲିସଙ୍କୁ ତାଙ୍କ କାର୍ଯ୍ୟ କରିବାରେ କୌଣସି ପ୍ରକାର ବାଧା ଦେଇ ନାହାନ୍ତି । ଏଥିସହିତ ସେ ପୋଲିସକୁ ମଧ୍ୟ ପ୍ରଶ୍ନ କରିଛନ୍ତି । ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ଏତେ ଯଞ୍ଚ ପରେ ମଧ୍ୟ ପ୍ରଚାର ସ୍ଥାନକୁ ଟଙ୍କା ଯାଉଛି କିପରି ସେ ଏନେଇ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.