fbpx

ପ୍ରେମିକା ସହ ହୋଟେଲ ରୁମରେ ରୋମାନ୍ସ କରୁଥିଲେ ପୋଲିସ ବାବୁ, ଅଚାନକ୍ ପହଞ୍ଚିଲେ ପତ୍ନୀ; ଆଉ ତା’ପରେ…

କାନପୁର: ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ଧରାପଡିବାରୁ ପତ୍ନୀଙ୍କଠାରୁ ଛେଚା ଖାଇଲେ ପୋଲିସ ଇନ୍ସପେକ୍ଟର । ଏଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶରର କାନପୁରରେ ଘଟିଯାଇଛି । ଖାସ୍ କଥା ହେଉଛି ଯେ, ଯେଉଁ ସମୟରେ ପୋଲିସ ବାବୁ ମହିଳା ଶକ୍ତି ସଙ୍ଗମର କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତେ, ସେହି ସମୟରେ ତାଙ୍କ ପତ୍ନୀ ଇନ୍ସପେକ୍ଟରଙ୍କୁ ଅନ୍ୟ ମହିଳା ସହିତ ରୋମାନ୍ସ କରୁଥିବା ବେଳେ ଧରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ କାନପୁର ପୋଲିସ ମହିଳାଙ୍କୁ ସଶକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ତେବେ ଏହି ମାମଲା କାନପୁର ଗୁୱାଟୋଲୀ ଥାନା ଅଞ୍ଚଳର, ଯେଉଁଠାରେ ଡ୍ୟୁଟିରେ ଥିବା ଇନ୍ସପେକ୍ଟର ଅରୁଣ କୁମାର ସୋମବାର ଦିନ ଅନ୍ୟ କୌଣସି ମହିଳାଙ୍କ ସହିତ ରୋମାନ୍ସ କରୁଥିଲେ । ଏହି ସମୟରେ ଫାରୁଖାବାଦରୁ ତାଙ୍କ ପତ୍ନୀ ଆସି ହୋଟେଲରେ ପହଞ୍ଚିବା ସହିତ ଘଟଣାସ୍ଥଳରୁ ପୋଲିସ ସ୍ୱାମୀଙ୍କୁ ରୋମାନ୍ସ କରୁଥିବା ବେଳେ ଧରିଥିଲେ । ଏହାପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଜୋରଦାର୍ ମାରପିଟ୍ ଲାଗିଲା । ପତ୍ନୀ ନିଜ ସ୍ୱାମୀଙ୍କ ବିରୋଧରେ ଉଚ୍ଚ ଅଧିକାରୀଙ୍କ ଆଗରେ ଅଭିଯୋଗ କରିଛନ୍ତି ।

ଏହି ମାମଲାରେ ପୋଲିସ କମିଶନର ଥାନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି । କୁହାଯାଉଛି ଯେ, ଇନ୍ସପେକ୍ଟର ସେହି ସମୟରେ ହୋଟେଲ କେଡି ପ୍ୟାଲେସରେ ରଖିଥିଲେ । ଯେଉଁଠାରୁ ତାକୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଛି । ସବୁଠାରୁ ଲଜ୍ଜାଜନକ କଥା ହେଉଛି କି, ଯେଉଁ ସମୟରେ ପୋଲିସ ବାବୁ ଧରାପଡିଲେ , ସେହି ସମୟରେ ପୋଲିସ ମହିଳା ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ କରୁଥିଲା । ପୋଲିସ କର୍ମୀଙ୍କ କହିବା ମୁତାବକ, ଅନ୍ୟ ମହିଳା ସମ୍ପର୍କରେ ଆସିବା କାରଣରୁ ଅରୁଣ ଖୁବ୍ ମାଡ଼ ଖାଇଛନ୍ତି । ଏପରିକି ତାଙ୍କ ହାତରେ ବି ପ୍ଲାଷ୍ଟର ଲାଗିଛି । ଏବେବି ଘଟଣାର ତଦନ୍ତରେ ଲାଗିପଡିଛି ପୋଲିସ ।

Get real time updates directly on you device, subscribe now.