ଧରାପଡ଼ିଲେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ; ୩ କୋଟି ନଗଦ ସହ ବନ୍ଧୁକ, ମାରଣାସ୍ତ୍ର ଜବତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତ।। ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସା

ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଛିା ଏହା ସହ ବନ୍ଧୁକ, ଗୁଳି, ବିଭିନ୍ନ ଅପରାଧ ପାଇଁ ବ୍ୟବହୃତ ହେଉଥିବା ମାରଣାସ୍ତ୍ର ଜବତ କରାଯାଇଛିା

ଡକାୟତି ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଧର୍ମଗଡ଼ ଥାନା ପୋଲିସା ତେବେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛିା ଏହା ପୂର୍ବରୁ ୩୦ ତାରିଖରେ ଉକ୍ତ ଗ୍ୟାଙ୍ଗ୍ ଏକ ଦେଶୀ ମଦ ଭାଟିରେ ଡକାୟତି କରିଥିବା ସୂଚନା ରହିଛିା