ନୂଆଦିଲ୍ଳୀ; ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା । ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଆଜି ସାମାଜିକ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ବା ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତୀକରଣ ଦିଗରେ ବିଶ୍ୱବ୍ୟାପୀ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାର ସୁଫଳ ଭାରତରେ ଅନୁଭୂତ ହେଲାଣି । ତଥାପି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ଅତିକ୍ରମ କରିଯାଇ ମଣିଷ ପ୍ରଯୁକ୍ତିବିଦ୍ୟା ଓ ଯୁକ୍ତିବାଦର ଏକ ନୂଆ ଦୁନିଆରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ନାରୀକୁ ପ୍ରତି କ୍ଷେତ୍ରରେ ଯଥାର୍ଥ ନେତୃତ୍ୱ ମିଳିପାରି ନଥିବାରୁ ତାର ଅସହାୟତା ନେଇ ଚର୍ଚ୍ଚା ଥମୁନି । ଏଥିପାଇଁ ପୁରୁଷଙ୍କ ସମର୍ଥନ ସହ ନାରୀଙ୍କ ସୁରକ୍ଷା ପାଇଁ ମହିଳାମାନେ ଏକାଠି ହୋଇ ଚ୍ୟାଲେଞ୍ଜ ଗ୍ରହଣ କରିବା ଜରୁରୀ ହୋଇପଡିଲାଣି । ଆସନ୍ତୁ ମହିଳାଙ୍କ ମଙ୍ଗଳ ନିମନ୍ତେ ସମସ୍ତେ କାମନା କରିବା ।ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା । ସେମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ଆଜି ସାମାଜିକ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ବା ଆହ୍ୱାନ ସୃଷ୍ଟି କରିଛି । ମହିଳା ସଶକ୍ତୀକରଣ ଦିଗରେ ବିଶ୍ୱବ୍ୟାପୀ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାର ସୁଫଳ ଭାରତରେ ଅନୁଭୂତ ହେଲାଣି । ତଥାପି ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ଅତିକ୍ରମ କରିଯାଇ ମଣିଷ ପ୍ରଯୁକ୍ତିବିଦ୍ୟା ଓ ଯୁକ୍ତିବାଦର ଏକ ନୂଆ ଦୁନିଆରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ନାରୀକୁ ପ୍ରତି କ୍ଷେତ୍ରରେ ଯଥାର୍ଥ ନେତୃତ୍ୱ ମିଳିପାରି ନଥିବାରୁ ତାର ଅସହାୟତା ନେଇ ଚର୍ଚ୍ଚା ଥମୁନି । ଏଥିପାଇଁ ପୁରୁଷଙ୍କ ସମର୍ଥନ ସହ ନାରୀଙ୍କ ସୁରକ୍ଷା ପାଇଁ ମହିଳାମାନେ ଏକାଠି ହୋଇ ଚ୍ୟାଲେଞ୍ଜ ଗ୍ରହଣ କରିବା ଜରୁରୀ ହୋଇପଡିଲାଣି । ଆସନ୍ତୁ ମହିଳାଙ୍କ ମଙ୍ଗଳ ନିମନ୍ତେ ସମସ୍ତେ କାମନା କରିବା ।
Prev Post