fbpx
BSKY SKY
BSKY SKY

ଆନ୍ତଃରାଜ୍ୟ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାସ: ୫୩୮ଟି ସିମ୍, ଲାପଟପ ସମେତ ଏହିସବୁ ଜିନିଷ ଜବତ

BSKY

କେନ୍ଦୁଝର: ଆନ୍ତଃରାଜ୍ୟ ସିମ୍ କାର୍ଡ ରାକେଟର ହୋଇଛି ପର୍ଦ୍ଦାଫାସ । କେନ୍ଦୁଝର ପୋଲିସ ଦ୍ବାରା ଏହି ରାକେଟର ପର୍ଦ୍ଦାଫାସ ହୋଇଥିବା ଜଣାପଡିଛି । ଏହି ରାକେଟ୍‌ ୩୦୦ରୁ ଊର୍ଦ୍ଧ୍ବ ସାଇବର ଅପରାଧରେ ଜଡ଼ିତ ଥିବାବେଳେ ଘଷିପୁରା ଅଞ୍ଚଳର ୪ ସାଇବର ଅପରାଧୀ ଗିରଫ ହୋଇଛନ୍ତି । ଝାଡଖଣ୍ଡ, ବିହାର, ରାଜସ୍ଥାନ ଭଳି ରାଜ୍ୟର ସାଇବର୍ ଠକଙ୍କୁ  ସିମ୍‌ ବିକ୍ରି କରାଯାଉଥିଲା । ଗୋଟିଏ ସିମ୍‌ କୁ ୪ରୁ ୫ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା ।

ସୂଚନା ମୁତାବକ, ଅଭିଯୁକ୍ତଙ୍କଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ ଜବତ ହୋଇଛି । ଏହା ସହ ୫ଟି ବାୟୋମାଟ୍ରିକ ସ୍କାନର , ୨୫ଟି ATM କାର୍ଡ,୨୫ଟି ଆଇଡି କାର୍ଡ, ଲାପଟପ, ୭ଟି ପାସବୁକ୍ ଜବତ ହୋଇଛି ।  ଗିରଫ ଅଭିଯୁକ୍ତ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ରହିଛି ୩ଶହରୁ ଅଧିକ ମାମଲା । ଅଭିଯୁକ୍ତମାନେ ୪ ହଜାରରୁ ଊର୍ଦ୍ଧ୍ବ ଜାଲ୍ ସିମ ବିକିଥିବା ଜଣାପଡିଛି ।

Get real time updates directly on you device, subscribe now.