fbpx
BSKY SKY
BSKY SKY

(Video)ଘରେ ଲାଗିଥିବା ନିଆଁରେ ଫଶିଗଲା କୁକୁର, ନିଜ ଜୀବନକୁ ବାଜି ଲଗାଇ ବ୍ୟକ୍ତି ବଞ୍ଚାଇଲେ ତା’ର ଜୀବନ

BSKY

ନୂଆଦିଲ୍ଲୀ: ଆମ ମଧ୍ୟରେ ଏପରି ବହୁ ଲୋକ ରହିଛନ୍ତି ଯେଉଁମାନେ ନିଜ ଘରେ ରଖିଥିବା ପୋଷାଜୀବଙ୍କୁ ନିଜ ପରିବାରର ସଦସ୍ୟଙ୍କ ଠାରୁ ବି ଅଧିକ ଭଲ ପାଇଥାନ୍ତି । ଆଜିକାଲି ସହରମାନଙ୍କରେ ଅଧିକାଂଶ ଲୋକ ଘରେ କୁକୁର ରଖୁଥିବାର ଦେଖାଯାଉଛି । କୁକୁର ସବୁଠାରୁ ବିଶ୍ୱସ୍ତ ଜୀବ ହୋଇଥିବାରୁ ଏମାନଙ୍କୁ ଘରେ ପୋଷିବାକୁ ସମସ୍ତେ ଭଲ ପାଇଥାନ୍ତି । କେବଳ କୁକୁରକୁ ଘରେ ରଖି ନ ଥାନ୍ତି ସେମାନଙ୍‌କୁ ପୁରା ଘରର ସଦସ୍ୟ ପରି ସ୍ନେହ ଆଦର କରିବା ସହ ଯତ୍ନ ନେଇଥାନ୍ତି । ଏହି କ୍ରମରେ ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିବା ପରେ ଜାଣିପାରିବେ ନିଜ ପୋଷାଜୀବଙ୍କୁ ଲୋକମାନେ କେତେ ମାତ୍ରାରେ ଭଲପାଇଥାନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଏକ ଘର ମଧ୍ୟରେ ଭୟଙ୍କର ଭାବରେ ନିଆଁ ଲାଗିଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ସମୟରେ ଜଣେ ବ୍ୟକ୍ତି ଦୌଡି ଦୌଡି ଆସି ନିଆଁ ଭିତରକୁ ପ୍ରବେଶ କରୁଛି । ଏହି ସମୟରେ ଲୋକମାନେ ତାକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ କାହା କଥା ଶୁଣୁନାହିଁ । କିଛି ସମୟ ପରେ ସେ ନିଜ କୁକୁରକୁ ସାଥୀରେ ଧରି ନିଆଁ ମଧ୍ୟରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳୁଛି । ନିଜ କୁକୁରକୁ ବଞ୍ଚାଇବାକୁ ଯାଇ ବ୍ୟକ୍ତିର ହାତ କିଛିଟା ଜଳିଯାଇଛି । ନିଜ ପୋଷା କୁକୁର ପ୍ରତି ବ୍ୟକ୍ତିଙ୍କର ଏପରି ଭଲପାଇବା ଦେଖି ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି । ଭିଡିଓଟି ଟୁଇଟରରେ @HumansNoContext ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଏ ପର୍ଯ୍ୟନ୍ତ ଏହି ଭିଡିଓକୁ ୨ଲକ୍ଷ ୮୫ହଜାର ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.