fbpx

OSSC ଜାରି କଲା କରିଜେଣ୍ଡମ୍: ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ବିଜ୍ଞପ୍ତିର ତ୍ରୁଟି ସଂଶୋଧନ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ଜାନୁଆରୀ ୧୬ରୁ ଅନଲାଇନ ରେଜିଷ୍ଟ୍ରେସନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଆରମ୍ଭ ନେଇ ଉଲ୍ଲେଖ ରହିଥିଲା । ସେହିପରି ଅନଲାଇନ ରେଜିଷ୍ଟ୍ରେସନ ପାଇଁ ଫେବୃଆରୀ ୧୫ ତାରିଖ, ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପାଇଁ ଫେବୃଆରୀ ୧୮, ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଫେବୃଆରୀ ୨୦ ଅନ୍ତିମ ତାରିଖ ରହିଥିଲା ।

ତେବେ ପରବର୍ତ୍ତୀ ସମୟରେ ଏହି ଦୁଇ ପଦର ଅନଲାଇନ୍ ଆବେଦନ ତାରିଖ ବଦଳିଥିଲା । ଜାନୁଆରୀ ୨୨ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଅନଲାଇନ୍ ରେଜିଷ୍ଟ୍ରସନ ପାଇଁ ଅନ୍ତିମ ତାରିଖ ଫେବୃଆରୀ ୨୨, ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପାଇଁ ଅନ୍ତିମ ତାରିଖ ଫେବୃଆରୀ ୨୪ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଅନ୍ତିମ ତାରିଖ ଫେବୃଆରୀ ୨୬ ରହିଛି ।

ତେବେ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଓଏସଏସସି ପକ୍ଷରୁ ଏକ କରିଜେଣ୍ଡମ ଜାରି କରାଯାଇଛି । ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କିଛିଟା ତ୍ରୁଟି ରହିଥିଲା । ବିଜ୍ଞପ୍ତିର ପ୍ରଥମ ପେଜରେ ଥିବା ଟେବୁଲର ସିରିୟଲ ନମ୍ବର-୧ରେ ପୂର୍ବରୁ “Level-09 of ORSP, 2017” ଲେଖାଯାଇଥିଲା । ଏବେ ତାହାକୁ ସଂଶୋଧନ କରାଯାଇଥିବା ବେଳେ “Level-10 of ORSP”, 2017 ବୋଲି ପଢ଼ାଯିବ । ବିଜ୍ଞପ୍ତିର ଅନ୍ୟ ସମସ୍ତ ତଥ୍ୟ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।

ଏହି ସମସ୍ତ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଜୁନିୟର ଏନଫୋର୍ସମେଣ୍ଟ ଅଫିସର ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ଷ୍ଟ୍ରିମରେ ବ୍ୟାଚେଲର ଡିଗ୍ରୀ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିବ । ସେହିପରି ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ କଳା / ବିଜ୍ଞାନ / ବାଣିଜ୍ୟରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା, କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଓ ଡକ୍ୟୁମେଣ୍ଟ ଯାଞ୍ଚ ଏଭଳି ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.