fbpx
BSKY SKY
BSKY SKY

ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ନିଆଗଲା ବଡ ପଦକ୍ଷେପ; ଏବେ କୌଣସି ବି ହସ୍ପିଟାଲରେ କରାଇପାରିବେ କ୍ୟାସଲେସ୍ ଚିକିତ୍ସା

BSKY

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରିଥିବା ଲୋକଙ୍କ ଲାଗି ଏକ ବଡ ଖୁସି ଖବର ଆସିଛି । ଏବେ ସେମାନଙ୍କୁ ଦେଶର କୌଣସି ବି ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା କରାଇବାର ସୁବିଧା ମିଳିବ । ଏପରିକି ସେହି ହସ୍ପିଟାଲ ବୀମା କମ୍ପାନୀ ଲିଷ୍ଟରେ ନ ଥିଲେ ବି ସେଠାରେ ବ୍ୟକ୍ତି ନିଜର ଚିକିତ୍ସା କରାଇପାରିବେ । ଜେନେରାଲ ଇନସ୍ୟୁରାନ୍ସ କାଉନ୍‌ସିଲ ପଲିସିଧାରକଙ୍କ ହିତରେ ଏହି ନିଷ୍ପତ୍ତି ନେଇଛି । କାଉନସିଲ ପକ୍ଷରୁ ସାଧାରଣ ଓ ସ୍ୱାସ୍ଥ୍ୟ ବୀମା କମ୍ପାନୀ ସହ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଆପଣ ଦେଶ ମଧ୍ୟରେ କୌଣସି ବି ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ପାଇପାରିବେ ।

ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପଲିସି କ୍ରୟ କରିଥିବା ବ୍ୟକ୍ତି କେବଳ ସେହି ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସାର ସୁବିଧା ନେଇପାରୁଥିଲେ ଯାହା ବୀମା କମ୍ପାନୀ ନେଟୱାର୍କରେ ସାମିଲ ଥିଲା । କିନ୍ତୁ ସେହି ହସ୍ପିଟାଲ ବୀମା କମ୍ପାନୀ ନେଟୱାର୍କରେ ସାମିଲ ନ ଥିଲେ ବ୍ୟକ୍ତିକୁ ଚିକିତ୍ସାର ପୁରା ପଇସା ଭରିବାକୁ ପଡୁଥିଲା ଓ ପରବର୍ତ୍ତୀ ସମୟରେ ବ୍ୟକ୍ତିକୁ ବୀମା କମ୍ପାନୀ ନିକଟରେ ରିଇମ୍ବର୍ସମେଣ୍ଟ କରାଇବାକୁ ପଡୁଥିଲା । ଏଥିରେ ବଡ ସମସ୍ୟା ଥିଲା ଯଦି ବ୍ୟକ୍ତି ପାଖରେ ଚିକିତ୍ସା ଲାଗି ପଇସା ନାହିଁ ତେବେ ତାଙ୍କୁ ବୀମାର ଫାଇଦା ମିଳିପାରୁ ନ ଥିଲା ।
ନୂଆ ନିୟମ ଆସିବା ପରେ କୌଣସି ହସ୍ପିଟାଲ ତା’ର ନେଟୱାର୍କରେ ନ ଥିଲେ ବି କମ୍ପାନୀ ହସ୍ପିଟାଲରେ କରାଯାଇଥିବା ଆପଣଙ୍କ ଚିକିତ୍ସା ଖର୍ଚ୍ଚର ଭରଣା କରିବ । ତେବେ ବୀମା ଧାରକଙ୍କୁ ଏହି ୩ଟି କଥା ଧ୍ୟାନ ରଖିବାକୁ ହେବ ।

୧-ଯଦି ବ୍ୟକ୍ତି ଏପରି ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି ଯାହା ଆପଣଙ୍କ ବୀମା କମ୍ପାନୀର ନେଟୱାର୍କରେ ନାହିଁ ତେବେ ବ୍ୟକ୍ତିଙ୍କୁ ୪୮ ଘଣ୍ଟା ପୂର୍ବରୁ ବୀମା କମ୍ପାନୀଙ୍କୁ ଏ ବିଷୟରେ ସୂଚନା ଦେବାକୁ ହେବ ।
୨-ଯଦି ଇମର୍ଜେନ୍ସୀ ଅବସ୍ଥାରେ କାହାର ଚିକିତ୍ସା କରାଉଛନ୍ତି ତେବେ ହସ୍ପିଟାଲରେ ଭର୍ତ୍ତି କରାଯିବାର ୪୮ ଘଣ୍ଟା ଭିତରେ ବୀମା କମ୍ପାନୀକୁ ଏ ବିଷୟରେ ସୂଚନା ଦିଅନ୍ତୁ ।
୩-କ୍ୟାସଲେସ୍ ଚିକିତ୍ସାର ସୁବିଧା ବୀମା କମ୍ପାନୀ ପକ୍ଷରୁ ଦିଆଯାଇଥିବା ପଲିସିର ନିୟମ ଅନୁସାରେ ପ୍ରଦାନ କରାଯିବ ।

Get real time updates directly on you device, subscribe now.