fbpx
BSKY SKY
BSKY SKY

ପୁଣି ଏକ ବଡ଼ ସଡ଼କ ଦୁର୍ଘଟଣା: ଟ୍ରକ-ଅଟୋ ଧକ୍କାରେ ୧୨ ଜଣଙ୍କ ମୃତ୍ୟୁ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାର ଦୁଃଖ ମନରୁ ଲିଭିନଥିବା ବେଳେ ପୁଣି ଘଟିଯାଇଛି ଆଉ ଏକ ଅଘଟଣ । ଗତକାଲିର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ଏହା ମଧ୍ୟରେ ଆଜି ଘଟିଥିବା ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଦୁଃଖଦ ଖବର । ଶାହଜହାଁପୁର ଜିଲ୍ଲାରେ ଏକ ଚଳନ୍ତା ଅଟୋ ଓ ଟେମ୍ପୋ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଏପରି ଅଘଟଣ ଘଟିଥିଲା । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଭାବେ ଖଣ୍ଡବିଖଣ୍ଡିତ ହୋଇଯାଇଛି । ଦୁର୍ଘଟଣା କେତେ ଭୟଙ୍କର ତାହା ଫଟୋରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ଲୋକଙ୍କର ମୃତଦେହ ଏଣେତେଣ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଥିଲା ।

୧୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ଉକ୍ତ ଦୃଶ୍ୟକୁ ଦେଖିବା ପରେ ଅନେକ ଲୋକ ଭୟରେ ଥରି ଉଠିଥିଲେ । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଅଲ୍ଲାହଗଞ୍ଜର ଫରୁଖାବାଦ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଆତ୍ମୀୟସ୍ୱଜନଙ୍କୁ ହରାଇ ଏବେ ମୃତକଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି । ଏହି ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ ଶବଗୁଡ଼ିକ ୨୦ ମିଟର ପର୍ଯ୍ୟନ୍ତ ପଡ଼ି ରହିଥିଲା । ସ୍ଥାନୀୟ ଲୋକମାନେ ପୋଲିସ ସହାୟତାରେ ଅଟୋରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.