fbpx

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ପ୍ରତିଦିନ ମିଳିବ ୫୦୦ ଟଙ୍କା:  ଜାଣନ୍ତୁ କିଏ କିଏ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତରେ ବେକାର ଯୁବକଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଅନେକ ଲୋକ ଚାକିରି ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନେ ସଫଳତା ପାଉନାହାଁନ୍ତି  । ବିଶେଷକରି ଅର୍ଥନୈତିକ ଦୁର୍ବଳ ଲୋକଙ୍କୁ ଏହି ସମସ୍ୟାରୁ ଅଧିକ କ୍ଷତି ସହିବାକୁ ପଡୁଛି  ।

 

ଏହିପରି ଲୋକଙ୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ଏହିପରି ଏକ ଯୋଜନାର ନାମ ହେଉଛି ପିଏମ ବିଶ୍ୱକର୍ମା ଯୋଜନା, ଯେଉଁଥିରେ ଅନେକ ପାରମ୍ପାରିକ ବ୍ୟବସାୟ ସାମିଲ ହୋଇଛି  । ଏହିପରି ବ୍ୟବସାୟ ସହ ଜଡ଼ିତ ଲୋକ ଏବଂ ବିଶେଷକରି ଯୁବକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ  ।

 

ଯୋଜନାରେ ମିଳିଥାଏ ଏହି ଲାଭ :-

ତେବେ ଏହି ଯୋଜନାର ସମ୍ପୂର୍ଣ୍ଣ ନାମ ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ୍ ଯୋଜନା  । ଏହି ଯୋଜନା ଅଧୀନରେ କାରିଗର ଏବଂ ହସ୍ତଶିଳ୍ପ ଶ୍ରମିକମାନଙ୍କୁ ପରିଚୟ ପତ୍ର ଏବଂ ପ୍ରମାଣପତ୍ର ଯୋଗାଇବା ପାଇଁ କାମ କରାଯାଉଛି  । ଏହି ଯୋଜନା ଅନୁଯାୟୀ ଲୋକଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଦିଆଯାଉଛି । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚ ପ୍ରତିଶତ ସୁଧ ହାର ସହିତ ୨ ଲକ୍ଷ ଟଙ୍କା ଋଣ ଦିଆଯିବ ।

 

ଏହି ଯୋଜନା ପାଇଁ କିଏ ଯୋଗ୍ୟ?

୧୮ ଟି ବୃତ୍ତି ସହିତ ଜଡିତ ମୋଟ ଲୋକ ଏହି ଯୋଜନାରେ ଅନ୍ତର୍ଭୁକ୍ତ  । ଏଥିମଧ୍ୟରେ ଏହି ବେଉସା ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ରନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତିକାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି/ମସିଣା/ଝାଡ଼ୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର (ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା।  ଏହି ଯୋଜନା ଅଧୀନରେ ଏହିପରି କାର୍ଯ୍ୟ ପାଇଁ ତାଲିମ ମଧ୍ୟ ଦିଆଯିବ ଏବଂ ଏହି ସମୟ ମଧ୍ୟରେ ଦୈନିକ ୫୦୦ ଟଙ୍କା ଆର୍ôଥକ ସହାୟତା ମଧ୍ୟ ପ୍ରଦାନ କରାଯିବ । ଉପରୋକ୍ତ ସମସ୍ତ ବ୍ୟବସାୟ ବ୍ୟତୀତ ଅନ୍ୟ ଲୋକମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ  ।

Get real time updates directly on you device, subscribe now.