fbpx

ପତ୍ନୀଙ୍କ ନାଁରେ ଖୋଲନ୍ତୁ ଏହି ଆକାଉଣ୍ଟ, ପ୍ରତି ମାସରେ ମିଳିବ ୪୫୦୦୦ ଟଙ୍କା !

ନୂଆଦିଲ୍ଲୀ: ଯଦି ଆପଣ ନିଜ ସହିତ ନିଜ ପରିବାରର ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ପାଇଁ ଖୁସି କରିଦେବ । ହଁ, ଯଦି ଆପଣ ମଧ୍ୟ ନିଜ ପତ୍ନୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁଛନ୍ତି ଏବଂ ନିୟମିତ ଆୟ ପାଇଁ କିଛି ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ । ଏହି ନିୟମିତ ଆୟ ଆପଣଙ୍କ ଆୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏଥିପାଇଁ ଆପଣ ଜାତୀୟ ପେନସନ୍ ଯୋଜନାରେ ନିଜ ପତ୍ନୀଙ୍କ ଆକାଉଣ୍ଟ ଖୋଲିପାରିବେ । ଏଠାରେ କରାଯାଇଥିବା ନିବେଶ ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ କରିଥାଏ ।

ମ୍ୟାଚୁରିଟୀ ଉପରେ ଏକଲକ୍ଷ ଟଙ୍କା ପାଇବେ :-
ପତ୍ନୀଙ୍କ ନାମରେ ଜାତୀୟ ପେନସନ୍ ସ୍କିମ୍ (ଏନପିଏସ) ଖାତା ଖୋଲିବା ଦ୍ୱାରା ଅନେକ ଲାଭ ମିଳିବ । ଏନପିଏସ ଆକାଉଣ୍ଟରୁ ଆପଣଙ୍କ ପତ୍ନୀ ୬୦ ବର୍ଷ ବୟସରେ ତଥା ଖାତାର ମ୍ୟାଚୁରିଟୀ ଉପରେ ଏକଲକ୍ଷ ଟଙ୍କା ପାଇବେ । କେବଳ ଏତିକି ନୁହେଁ, ପ୍ରତି ମାସରେ ପତ୍ନୀ ପେନସନ୍ ଭଳି ନିୟମିତ ଟଙ୍କା ମଧ୍ୟ ପାଇବେ । କେବଳ ଏତିକି ନୁହେଁ ଏନପିଏସ ଆକାଉଣ୍ଟ ମାଧ୍ୟମରେ ଆପଣ ମଧ୍ୟ ସ୍ଥିର କରିପାରିବେ ଯେ ଆପଣଙ୍କ ପତ୍ନୀ ପ୍ରତି ମାସରେ କେତେ ପେନସନ୍ ପାଇବେ । ଏହି ନିବେଶ ସହିତ, ଆପଣଙ୍କ ପତ୍ନୀ ଏବଂ ପରିବାର ୬୦ ବର୍ଷ ବୟସ ପରେ କାହା ଉପରେ ଆର୍ôଥକ ନିର୍ଭରଶୀଳ ହେବେ ନାହିଁ । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା-

ପ୍ରତିବର୍ଷ କିମ୍ବା ମାସ ଭିତ୍ତିରେ ନିବେଶ କରନ୍ତୁ :-
ଆପଣ ଏନପିଏସରେ ଆପଣଙ୍କର ସୁବିଧା ଅନୁଯାୟୀ ପ୍ରତି ମାସରେ କିମ୍ବା ବାର୍ଷିକ ନିବେଶ କରିପାରିବେ । ଆପଣ ମାତ୍ର ୧୦୦୦ ଟଙ୍କା ସହିତ ଏକ ଏନପିଏସ ଆକାଉଣ୍ଟ ଖୋଲିପାରିବେ । ଏନପିଏସ ଖାତା ୬୦ ବର୍ଷ ବୟସରେ ମ୍ୟାଚୋର ହୁଏ । ଅତୀତରେ ପରିବର୍ତ୍ତିତ ନିୟମ ଅନୁଯାୟୀ, ଆପଣ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ମଧ୍ୟ ଏନପିଏସ ଆକାଉଣ୍ଟରେ ନିବେଶ କରିପାରିବେ ।

ପେନସନ୍ ପ୍ରାୟ ୪୫,୦୦୦ ଟଙ୍କା ହେବ :-
ଉଦାହରଣସ୍ୱରୂପ, ଆପଣଙ୍କ ପତ୍ନୀଙ୍କୁ ଏବେ ୩୦ ବର୍ଷ ବୟସ ହୋଇଛି ଏବଂ ଆପଣ ତାଙ୍କ ଏନପିଏସ ଆକାଉଣ୍ଟରେ ବାର୍ଷିକ ୬୦୦୦୦ ଟଙ୍କା କିମ୍ବା ମାସିକ ୫୦୦୦ ଟଙ୍କା ନିବେଶ କରୁଛନ୍ତି । ଯଦି ଏହି ପୁଞ୍ଜି ବିନିଯୋଗରେ ବାର୍ଷିକ ୧୦ ପ୍ରତିଶତ ରିଟର୍ଣ୍ଣ ଅଛି, ତେବେ ୬୦ ବର୍ଷ ବୟସରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୩ କୋଟି ଟଙ୍କା ରହିବ । ଏଥିରୁ ସେ ପ୍ରାୟ ୪୫ ଲକ୍ଷ ଟଙ୍କା ପାଇବେ । ଏହା ବ୍ୟତୀତ ସେ ପ୍ରତି ମାସରେ ପ୍ରାୟ ୪୫,୦୦୦ ଟଙ୍କା ପେନସନ୍ ପାଇବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ସାରା ଜୀବନ ପାଇଁ ଏହି ପେନସନ୍ ପାଇବେ ।

Get real time updates directly on you device, subscribe now.