fbpx

Post Office ର ଏହି ସ୍କିମ୍ ରେ କରନ୍ତୁ ନିବେଶ, ପିଲାଙ୍କ ପାଠପଢ଼ା ପାଇଁ ହେବ ବେଶ୍ ସହାୟକ

ନୂଆଦିଲ୍ଲୀ: ଯଦି ଆପଣ ସୁରକ୍ଷିତ ଲାଭ ତାହାବି କମ୍ ନିବେଶରେ ଭଲ ରିଟର୍ଣ୍ଣ ଚାହୁଛନ୍ତି ତେବେ ପୋଷ୍ଟ ଅଫିସର ସ୍କିମ ଆପଣଙ୍କ ପାଇଁ ଭଲ । ପୋଷ୍ଟ ଅଫିସ୍ ର ଏମଆଇଏସ ଏଭଳି ଏକ ସେଭିଙ୍ଗ୍୍ସ ସ୍କିମ୍ ଯାହା ଆପଣଙ୍କୁ ଥରେ ଟଙ୍କା ନିବେଶ କଲେ ପ୍ରତିମାସ ସୁଧ ଭାବରେ ଏହାର ଫାଇଦା ନେଇପାରିବେ । ଏହି ଆକାଉଣ୍ଟର ଅନେକ ଲାଭ ରହିଛି । ଏଥିରେ ୧୦ ବର୍ଷରୁ ଅଧିକ ବୟସ ପିଲାଙ୍କ ନାମରେ ଆକାଉଣ୍ଟ ଖୋଲାଯାଇପାରିବ । ତେବେ ଏହି ସ୍କିମ ପିଲାଙ୍କ ପାଠପଢ଼ା ପାଇଁ ବେଶ୍ ସହାୟକ ହୋଇପାରେ ।

ଏମିତି ଖୋଲିପାରିବେ ଆକାଉଣ୍ଟ:

–              ଏହି ଆକାଉଣ୍ଟକୁ ଆପଣ କୌଣସି ଡାକଘରେ ଖୋଲାଇପାରିବେ

–              ଏହା ଅନୂଯାୟୀ ସର୍ବନିମ୍ନ ୧୦୦୦ ଟଙ୍କାରୁ ଅଧିକ ଏବଂ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ

–              ବର୍ତ୍ତମାନ ଏହି ସ୍କିମରେ ୬.୬ % ସୁଧ ରହିଛି

–              ଯଦି ପିଲାର ବୟସ ୧୦ ବର୍ଷରୁ ଅଧିକ ପିଲାଙ୍କ ନାମରେ ଆକାଉଣ୍ଟ ଖୋଲାଇପାରିବେ

–              ଯଦି ପିଲାର ବୟସ ୧୦ ବର୍ଷରୁ କମ୍ ତେବେ ଅଭିଭାବକଙ୍କ ନାମରେ ଆକାଉଣ୍ଟ ଖୋଲାଇପାରିବେ

–              ଏହି ସ୍କିମରେ ମ୍ୟାଚ୍ୟୁରିଟି ୫ ବର୍ଷର ହୋଇଥାଏ, ଏହାପରେ ଏହାକୁ ବନ୍ଦ କରାଯାଇଥାଏ

ଏଭଳି ମିଳିବି ସୁଧ:

–              ଯଦି ଆପଣଙ୍କ ପିଲାର ବୟସ ୧୦ ବର୍ଷ ଏବଂ ଆପଣ ତାଙ୍କ ନାମରେ ୨ ଲକ୍ଷ ଟଙ୍କା ଜମା କରୁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ବର୍ତ୍ତମାନର ସୁଧ ହାର ୬.୬% ହିସାବରେ ୧୧୦୦ ଟଙ୍କା ହେବ ।

–              ପାଞ୍ଚ ବର୍ଷରେ ସୁଧ ପ୍ରାୟ ୬୬ ହଜାର ଟଙ୍କା ମିଳିବ ଏବଂ ଶେଷରେ ଆପଣଙ୍କୁ ଆପଣଙ୍କ ୨ ଲକ୍ଷ ରିଟର୍ଣ୍ଣ ମଧ୍ୟ ମିଳିବ

–              ଏହି ଅର୍ଥକୁ ଆପଣ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚରେ ବ୍ୟବହାର କରିପାରିବେ ।

–              ଆପଣ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ, ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ଏହା ବେଶ୍ ସହାୟକ ହୋଇପାରିବ ।

 

Get real time updates directly on you device, subscribe now.