fbpx

୭ ମାସରେ ନିବେଶକଙ୍କ ଅର୍ଥରାଶି ଡବଲ୍, ବାର୍ଷିକ ୩୦୦ ପ୍ରତିଶତ ରିଟର୍ଣ୍ଣ ଦେଉଛି ଏହି ଶେୟାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶେୟାର ମାର୍କେଟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଏକ ମିଡକ୍ୟାପ୍ ଆଇଟି କମ୍ପାନୀର ଶେୟାର ବାର୍ଷିକ ୩୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଉଥିବା ଦେଖାଯାଉଛି । ନିବେଶକମାନେ ଏହି ଏହି କମ୍ପାନୀରେ ଶେୟାର ଲଗାଇ ୭ ମାସରେ ଡବଲ ଅର୍ଥ ପାଇଛନ୍ତି । ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା କେପିଆଇ ଟେକ୍ନୋଲୋଜି ଲିଃର ଶେୟାର ଗତ ବର୍ଷ ବହୁତ ଉଚ୍ଚରେ ରହିଥିଲା । ଗତ ୧୨ ମାସ ମଧ୍ୟରେ ଏହାର ମୂଲ୍ୟ ୭୮.୪ ଟଙ୍କାରୁ ୩୩୨.୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଫଳରେ ଏହି ଶେୟାର ବାର୍ଷିକ ରିଟର୍ଣ୍ଣ ପ୍ରାୟ ୩୨୫ ପ୍ରତିଶତ ରହିଥିବା ଦେଖିବାକୁ ମିଳିଥିଲା ।

କେପିଆଇଟି ଟେକ୍ନୋଲୋଜି ଲିଃର ଶେୟାର ଗତ ତିନି ମାସରେ ୫୯% ବୃଦ୍ଧି ପାଇଥିବା ଦେଖାଯାଇଛି । ଗତକାଲି କମ୍ପାନୀର ଶେୟାର ୬% ବୃଦ୍ଧି ପାଇଁ ୩୩୨.୭ରେ ଅଲଟାଇମ୍ ହାଇ ରେକର୍ଡ ସ୍ତରରେ ପହଞ୍ଚିଥିଲା । ବର୍ତ୍ତମାନର କମ୍ପାନୀର ମାର୍କେଟ୍ ପୁଞ୍ଜି ୯୦୬୧.୮୨ କୋଟିରେ ପହଞ୍ଚିଛି । କେପିଆଇଟି ଟେକ୍ନୋଲୋଜି ଲିଃ ଚଳିତ ବର୍ଷ ଶେୟାର ମାର୍କେଟରେ ପ୍ରବେଶ କରିଥିଲେ ହେଁ ମାତ୍ର ୭ ମାସ ମଧ୍ୟରେ ନିବେଶକଙ୍କ ଜମାରାଶି ଦୁଇଗୁଣା କରିଦେଇଛି । ଜାନୁଆରୀ ଠାରୁ ବର୍ତ୍ତମାନ ସୁଦ୍ଧା ଏହି ଶେୟାରର ମୂଲ୍ୟରେ ୧୩୩ ପ୍ରତିଶତ ବୃଦ୍ଧି ଘଟିଛି । ଏହି ଶେୟାର ନିବେଶ ପାଇଁ ଏକ ଭଲ ବିକଳ୍ପ ଅଟେ । ଯେ କୌଣସି ଶେୟାରରେ ନିବେଶ ପୂର୍ବରୁ କମ୍ପାନୀର ପରଫର୍ମାନ୍ସ ଦେଖାଯାଇଥା, । ଚଳିତ ବର୍ଷ ଜୁନରେ କେପିଆଇଟି ଟେକ୍ନୋଲୋଜି ଲିଃର ପ୍ରଫିଟ ୬୦.୧୫ କୋଟି ରହିଥିଲା । ଗତ ବର୍ଷ ଏହି ସମୟରେ କମ୍ପାନୀର ପ୍ରଫିଟ ମାତ୍ର ୨୪ କୋଟି ରହିଥିଲା । କମ୍ପାନୀର ଅପରେସନାଲ ଇନକମ ୧୪.୫ ପ୍ରତିଶତ ବୃଦ୍ଧି ପାଇ ୫୬୭.୩୮ କୋଟି ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.