fbpx

ଗୁଗଲ୍ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ, ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ଟେକ୍ ଜାଏଣ୍ଟ ଗୁଗଲ୍ କୁ ଲାଗିଛି ବଡ଼ ଝଟକା । କାରଣ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) କମ୍ପାନୀ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ସିସିଆଇ ଶୁକ୍ରବାର ଗୁଗଲ୍ ବିରୋଧରେ ବଜାରରେ କମ୍ପାନୀ ନିଜର ପ୍ରାଧାନ୍ୟତାର ଦୂରୁପଯୋଗ କରୁଥିବା ନେଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

ସିସିଆଇ କହିଛି ଯେ ଗଣତନ୍ତ୍ରରେ ସୂଚାରୁ ରୁପେ କାମ କରୁଥିବା ନ୍ୟୁଜ ମିଡିଆର ମହତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହାକୁ କମ୍ ବୋଲି ଧରାଯିବ ନାହିଁ ଏବଂ ଏହା ସୁନିଶ୍ଚିତ କରିବା ଜରୁରୀ ଯେ ଏହି ଡିଜିଟାଲ କମ୍ପାନୀ ସବୁ ଷ୍ଟେକହୋଲ୍ଡର୍ସଙ୍କ ମଧ୍ୟରେ ଆୟକୁ ଉଚିତ୍ ବିତରଣ କରିବାର ପ୍ରତିସ୍ପର୍ଦ୍ଧା ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇବା ପାଇଁ ନିଜର ପ୍ରାଧାନ୍ୟତାର ଦୁରୂପଯୋଗ ନ କରୁ ।

ସିସିଆଇ କହିଛି, ଯେ କମ୍ପାନୀ ପ୍ରତିସ୍ପର୍ଦ୍ଧା ଆକ୍ଟ ୨୦୦୨ ଧାରା ୪ ର ଉଲ୍ଲଘଂନ କରିଛି ଯାହା ବଜାରରେ ନିଜର ମଜବୁତ ସ୍ଥିତିର ଦୁରୂପଯୋଗ ସହ ସମ୍ବନ୍ଧିତ । ଏହି ଆଦେଶ ଡିଜିଟାଲ ନ୍ୟୁଜ୍ ପବ୍ଲିସର୍ସ ଆସୋସିଏସନ(ଡିଏନପିଏ) ଦ୍ୱାରା ଦାୟର ହୋଇଥିବା ଏକ ଅଭିଯୋଗ ପରେ ଆସିଛି । ଏଥିରେ ଗୁଗଲ୍ ଇଣ୍ଡିଆ ଲିମିଟେଡ ଏବଂ ଗୁଗଲ ଆୟରଲ୍ୟାଣ୍ଡ ଲିମିଟେଡ ବିରୋଧରେ ଅଭିଯୋଗ କରାଯାଇଥିଲା ।

ନିକଟରେ ସିସିଆଇ ଅନୁଚିତ ବ୍ୟବସାୟିକ ଗତିବିଧିକୁ ନେଇ ଆମେରିକାନ ଟେକ୍ କମ୍ପାନୀ ଆପ୍ପଲ ଉପରେ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ନିକଟରେ କିଛି ନିୟମ ଉଲ୍ଲଘଂନ କରିବା କାରଣରୁ ଇ କମର୍ସ ୱେବସାଇଟ ଆମାଜନ ଉପରେ ୨୦୨ କୋଟିର ଜରିମାନା ମଧ୍ୟ ଲଗାଇଥିଲେ ।

Get real time updates directly on you device, subscribe now.