fbpx

Sensexରେ ନିବେଶକଙ୍କ କମାଲ: ଏହି ମାସରେ ୧୨ ଲକ୍ଷ କୋଟିର ବମ୍ପର ଆୟ

Advertisement

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଚଳିତ ମାସ ଲଗାତାର ବୃଦ୍ଧି ଘଟିଛି । ସପ୍ତାହର ଶେଷ ଦିନ ବିଏସଇ ସେନସେକ୍ସ ୩୧୯.୬୩ ପଏଣ୍ଟ ବୃଦ୍ଧି ପାଇ ୬୭,୮୩୮.୬୩ରେ ପହଞ୍ଚିଛି । ସେହିପରି ସେନସେକ୍ସ ଲଗାତାର ୧୧ ଟ୍ରେଡିଙ୍ଗ ସେଶନରେ ତୀବ୍ରତାର ସହ ଖୁବଶୀଘ୍ର ୬୮ ହଜାରକୁ ଛୁଇଁବ ବୋଲି ଆଶା କରାଯାଉଛି ।

ଅନ୍ୟ ପକ୍ଷରେ ଏନଏସଇ ନିଫ୍ଟି ମଧ୍ୟ ରେକର୍ଡ ଉଚ୍ଚ ସ୍ତରରେ ଅଟକିଛି । ନିଫ୍ଟି ୫୦୬୬.୮୫ ପଏଣ୍ଟ ମଜବୁତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତର ୨୦,୧୬୯.୯୫ ପଏଣ୍ଟରେ ପହଞ୍ଚିଛି । ତେବେ ଚଳିତମାସ ଅଧା ଅର୍ଥାତ୍ ର ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବଜାରରେ ଲଗାତାର ୧୧ ଦିନ ବ୍ୟବସାୟ ହୋଇଛି । ଏଥିରେ ସେନସେକ୍ସ ଲଗାତାର ୧୧ ଦିନ ବୃଦ୍ଧି ପାଇଛି ।

ସେହିପରି ନିଫ୍ଟିରେ କେବଳ ଗୋଟିଏ ଦିନ ପାଇଁ ସାମାନ୍ୟ ତଳକୁ ଖସିଥିବା ରେକର୍ଡ କରାଯାଇଛି । ଶେୟାର ବଜାରରେ ତୀବ୍ରତା ଯୋଗୁଁ ନିବେଶକଙ୍କ ପାଇଁ ଏହା ଖୁବ ଲାଭଦାୟକ ହୋଇଛି । ସେମାନଙ୍କ ଆୟ ଚଳିତମାସ ୩୩ ଲକ୍ଷ କୋଟିକୁ ପହଞ୍ଚିଛି । ସୂଚନା ଥାଉ କି, ସେପ୍ଟେମ୍ବର ୧ ତାରିଖରେ ଶେୟାର ବଜାର ଆରମ୍ଭରୁ ବିଏସଇରେ ସୂଚୀବଦ୍ଧ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପ୍ ୩,୦.୫୯,୧୩୮.୭୦ ଲକ୍ଷ କୋଟି ରହିଥିଲା । ସେହିପରି ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୧ ଟେଡିଙ୍ଗ ଦିନରେ ଏହା ବୃଦ୍ଧି ପାଇ ୩,୨.୨୦,୩୭୭.୬୯ ଲକ୍ଷ କୋଟିରେ ପହଞ୍ଚିଛି । ଏହାଦ୍ୱାରା ନିବେଶକଙ୍କ ୧୨.୫୭ ଲକ୍ଷ କୋଟି ଟଙ୍କାର ଆୟ ମଧ୍ୟ ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.