Ipl ୨୦୨୧: ଟସ ଜିତି ଆରସିବିର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ୫୨ ତମ ମୁକାବିଲାରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ । ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ଆରସିବି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ ପାଇଁ ଉଭୟ ସନରାଇଜର୍ସ ଏବଂ ଆରସିବି ନିଜର ଦଳ ଅପରିବର୍ତ୍ତିତ ରଖିଛନ୍ତି ।

ଆରସିବି ୧୨ଟି ମ୍ୟାଚରୁ ୮ଟି ବିଜୟ ସହିତ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ରହିଛି । ଅନ୍ୟ ପକ୍ଷରେ ସମାନ ସଂଖ୍ୟକ ମ୍ୟାଚ ଖେଳି ହାଇଦ୍ରାବାଦ ମାତ୍ର ଦୁଇଟି ବିଜୟ ହାସଲ କରିଛି । ଆରସିବି ପଏଣ୍ଟ ଟେବଲରେ ଉପରକୁ ଯିବା ପାଇଁ ଚେଷ୍ଟା କରିବା ମାତ୍ର ହାଇଦ୍ରାବାଦ ଏହି ମ୍ୟାଚରେ ବିଜୟୀ ହେବା ସହିତ ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ ।