fbpx

ଫ୍ୟାନ୍ସଙ୍କୁ ସ୍ୱାଗତ କଲା IPL-2022: ଆରମ୍ଭ ହେଲା ଟିକେଟ ବିକ୍ରି, ଜାଣନ୍ତୁ କେମିତି କରିବେ ବୁକିଂ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଚଳିତ ଆଇପିଏଲର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ । ଆସନ୍ତା ୨୬ ତାରିଖ ସନ୍ଧ୍ୟା ୭.୩୦ରେ କ୍ରୀଡ଼ାପ୍ରେମୀ ଏହାକୁ ଉପଭୋଗ କରିପାରିବେ । ଚଳିତ ଥର ମୋଟ ୭୦ଟି ଲିଗ୍ ମ୍ୟାଚ ହେବାକୁ ଥିବା ବେଳେ ମୁମ୍ବାଇର ୩ଟି ଓ ପୁଣେର ଗୋଟିଏ ଷ୍ଟାଡିୟମର ସମସ୍ତ ମ୍ୟାଚ ଖେଳାଯିବ । କୋଭିଡ୍ କାରଣରୁ ଏଥର ୨୫ ପ୍ରତିଶତ ଦର୍ଶକଙ୍କୁ ପଡ଼ିଆକୁ ଅନୁମତି ମିଳିବ । ପୂର୍ବରୁ ଦର୍ଶକଙ୍କ ପ୍ରବେଶ ନେଇ କଟକଣା ଲାଗୁ ହୋଇଥିଲା, ମାତ୍ର ପରେ ତାହାକୁ ହଟାଇ ଦିଆଯାଇଥିଲା ।

ଆଜି ଦ୍ୱିପ୍ରହର ୧୨ଟାରୁ ଆଇପିଏଲ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଫ୍ୟାନ୍ସ ଅଫିସିଆଲ ୱେବସାଇଟ www.iplt20.comକୁ ଯାଇ ଟିକେଟ କିଣି ପାରିବେ । ଏଥିସହ www.BookMyShow.com ରେ ମଧ୍ୟ ଆଇପିଏଲ ଟିକେଟ ଉପଲବ୍ଧ ହେବ । ବୁକ୍ ମାଇଁ ଶୋର ୱେବସାଇଟ ମୁତାବକ, ୨୬ ମାର୍ଚ୍ଚର ମ୍ୟାଚ ପାଇଁ ୨୫୦୦, ୩୦୦୦, ୩୫୦୦ ଓ ୪୦୦୦ ଏପରି ୪ ପ୍ରକାର ଟିକେଟ ଉପଲବ୍ଧ ରହିଛି । ପ୍ରଥମ ମ୍ୟାଚ ଛଡ଼ା ଅନ୍ୟ ମ୍ୟାଚ ପାଇଁ ୮୦୦ ଟଙ୍କାରୁ ଆରମ୍ଭ କରି ୪୦୦୦ ଟଙ୍କା ପର୍ୟ୍ୟନ୍ତ ଟିକେଟ ଉପଲବ୍ଧ ରହିଛି । ମହାରାଷ୍ଟ୍ର ସରକାରଙ୍କ ଅନୁମତି ମିଳିବା ପରେ ଏବେ ସମସ୍ତ ମୈଦାନରେ ୨୫ ପ୍ରତିଶତ ଦର୍ଶକ ମ୍ୟାଚ ଦେଖିପାରିବେ । ମୁମ୍ବାଇର ୱାଙ୍ଖେଡ଼େ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ଲେଖାଏଁ, ସିସିଆଇ ଷ୍ଟାଡିୟମରେ ୧୫ଟି, ପୁଣେର ଏମସିଏ ଷ୍ଟାଡିୟମରେ ୧୫ଟି ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.