fbpx

ମାର୍ଚ୍ଚ ୨୨ରୁ ଆରମ୍ଭ ହେବ IPL-2024: ଚେୟାରମ୍ୟାନଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୭ତମ ସଂସ୍କରଣକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମାର୍ଚ୍ଚ ମାସ ୨୨ ତାରିଖରୁ ଆଇପିଏଲ-୨୦୨୪ ଆରମ୍ଭ ହେବ । ପୂରା ସିଜିନ ଦେଶ ଭିତରେ ଖେଳାଯିବ । ମେ ମାସ ୨୬ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଆଇପିଏଲ ଚେୟାରମ୍ୟାନ ଅରୁଣ ଧୂମଲ ଏ ବାବସରେ ସୂଚନା ଦେଇଛନ୍ତି । ଆଗକୁ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ଚଳିତ ଥର ଆଇପିଏଲ ବିଦେଶରେ ଖେଳାଯିବା ନେଇ ଚର୍ଚ୍ଚା ହେଉଥିଲା ।

ଆସନ୍ତା ଏପ୍ରିଲ-ମେ’ରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନର ତାରିଖ ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇନାହିଁ । ତେବେ ଚଳିତ ଥର ଆଇପିଏଲର ଶିଡ୍ୟୁଲ ପର୍ଯ୍ୟାୟ କ୍ରମେ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ପାଇଁ ଶିଡ୍ୟୁଲ ଜାରି କରାଯିବ । ଅବଶିଷ୍ଟ ମ୍ୟାଚର ଶିଡ୍ୟୁଲ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ କରାଯିବ । ଚଳିତ ଥର ଆଇପିଏଲର ସମସ୍ତ ମ୍ୟାଚ ଭାରତରେ ହିଁ ଖେଳାଯିବ । ଏ ବାବଦରେ ଧୂମଲ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଇଁ ଗତ ୨୦୦୯ରେ ଆଇପିଏଲ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ବେଳେ ୨୦୧୪ରେ ୟୁଏଇରେ ଖେଳାଯାଇଥିଲା ।

Get real time updates directly on you device, subscribe now.