RCBକୁ ବଡ଼ ଝଟକା! ଫାଇନାଲ ମ୍ୟାଚରୁ ବାହାରିଯିବେ କି ଷ୍ଟାର ଖେଳାଳି? କ୍ୟାପ୍ଟେନ ନିଜେ ଦେଲେ ଅପଡେଟ୍‌

ଆରସିବିରେ ଏହି ଖେଳାଳି ଖେଳିବେ କି ନାହିଁ ଦ୍ୱନ୍ଦ୍ୱ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ନିଜର ଶେଷ ମୋଡରେ ଅଛି । ସିଜନର ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସର ଟିମଗୁଡ଼ିକ ମଧ୍ୟରେ ଖେଳାଯିବ ।

ଫାଇନାଲ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଚିନ୍ତା ବଢିଯାଇଛି । ତାଙ୍କ ଟିମର ଜଣେ ଷ୍ଟାର ଖେଳାଳି ଗତ କିଛି ମ୍ୟାଚରେ ଆଘାତ ଯୋଗୁଁ ଖେଳିପାରି ନାହାନ୍ତି । ଏହି ଖେଳାଳି ଫାଇନାଲରେ ଖେଳିବେ କି ନାନହିଁ, ତାହା ସସପେନ୍ସ ରହିଛି ।

ଅଷ୍ଟ୍ରେଲିଆର ପାୱାର ହିଟର ଟିମ ଡେଭିଡ୍‌, ଯିଏ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା, ଗତ କିଛି ମ୍ୟାଚରେ ହେମଷ୍ଟ୍ରିଙ୍ଗ ଆଘାତ ଯୋଗୁଁ ମଇଦାନରୁ ବାହାରେ ଥିଲେ । ତାଙ୍କ ଅନୁପସ୍ଥିତିରେ ଆରସିବି ଶାନଦାର ଖେଳି ଫାଇନାଲରେ ପ୍ରବେଶ କରିଛି । ହେଲେ ଫାଇନାଲ ଭଳି ବଡ଼ ମୁକାବିଲାରେ ଡେଭିଡ୍‌ଙ୍କ ଉପସ୍ଥିତି ଗେମ-ଚେଞ୍ଜର ପ୍ରମାଣିତ ହୋଇପାରେ ।

ମ୍ୟାଚ ପୂର୍ବରୁ ପ୍ରେସ କନଫରେନ୍ସରେ ଆରସିବିର କ୍ୟାପ୍ଟେନ ରଜତ ପାଟିଦାର ଟିମ ଡେଭିଡଙ୍କ ଉପଲବ୍ଧତା ଉପରେ ବଡ଼ ଅପଡେଟ୍ ଦେଇଛନ୍ତି । ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମକୁ ଟିମ ଡେଭିଡ୍‌ଙ୍କ ସ୍ଥିତି ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ । ଆମର ମେଡିକାଲ ଟିମ ଏବଂ ଡାକ୍ତର ତାଙ୍କ ସହ ଅଛନ୍ତି । ଆଜି ସଂଧ୍ୟା ଭିତରେ ତାଙ୍କର ସୁସ୍ଥତା ବିଷୟରେ ଆମକୁ ଅପଡେଟ୍ ମିଳିବ ।

ଟିମ ଡେଭିଡ୍ ଆରସିବି ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ଯଦି ସେ ଏହି ମ୍ୟାଚରୁ ବାହାରିଯାଉଛନ୍ତି, ତେବେ ଏହା ଆରସିବି ପାଇଁ ବଡ଼ ଝଟକା ହୋଇପାରେ ।