(Video) IPLରେ ଜାତୀୟ ସଙ୍ଗୀତ ବୋଲାଯାଉଥିବା ବେଳେ ଏମିତି କଲେ ଶାହରୁଖ ଖାନ, ଏବେ ଭିଡିଓ ହେଉଛି ଭାଇରାଲ
ଆଇପିଏଲରେ ଶାହରୁଖ ଖାନ ଜାତୀୟ ସଙ୍ଗୀତ ବୋଲାଯାଉଥିବା ସମୟରେ ଏପରି କଲେ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲୀଗ ୧୮ତମ ସଂସ୍କରଣ ଶନିବାର ଦିନ ଆରମ୍ଭ ହୋଇଛି । ଆଇପିଏଲ ୨୦୨୫ର ଓପନିଂ ସେରିମନିରେ ବଲିଉଡ଼ ତଡକା ଲାଗିଥିଲା ।
ଆଇପିଏଲ ୨୦୨୫ର ଆରମ୍ଭ ୨୨ ମାର୍ଚ୍ଚରେ କୋଲକାତାର ଇଡେନ ଗାର୍ଡେନ୍ସରେ ଆୟୋଜିତ ହୋଇସାରିଛି । ଏହି ସମୟରେ ଅନେକ ଫିଲ୍ମ ଷ୍ଟାର ଏବଂ ସିଙ୍ଗରମାନେ ନିଜର ଯାଦୁ ଦେଖାଇଛନ୍ତି । କିନ୍ତୁ ଏହାରି ମଧ୍ୟରେ ଶାହରୁଖ ଖାନଙ୍କୁ ସମସ୍ତେ ପସନ୍ଦ କରୁଛନ୍ତି ।
ଜାତୀୟ ସଙ୍ଗୀତ ବୋଲାଯିବା ସମୟର ଭିଡିଓ ଭାଇରାଲ: ଶାହରୁଖ ଖାନଙ୍କ ଜଣେ ଫ୍ୟାନ୍ ଏକ୍ସ ହ୍ୟାଣ୍ଡେଲରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ଆଇପିଏଲ ଉଦଘାଟନୀ ସଂଧ୍ୟାରେ ବୋଲାଯାଉଥିବା ଜାତୀୟ ସଙ୍ଗୀତ ସମୟର ।
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେତେବେଳେ ଜାତୀୟ ସଙ୍ଗୀତ ଆରମ୍ଭ ହେଲା, ସେହି ସମୟରେ ଶାହରୁଖ ଖାନ ସର୍ବପ୍ରଥମେ ନିଜର ଚଷମା ଖୋଲିଦେଲେ । ଏଥି ସହ ସେ ଗୀତ ଗାଇବାକୁ ଆରମ୍ଭ କଲେ ।
ଏହି ସମୟରେ ଶାହରୁଖ ଖାନ ଆଖି ବନ୍ଦ କରି ଗଭୀରତାର ସହ ଜାତୀୟ ସଙ୍ଗୀତ ବୋଲିବା ଦେଖିବାକୁ ମିଳିଛି । ଶାହରୁଖଙ୍କ ଏହି ଭିଡିଓ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏହି ଭିଡିଓ ଦେଖି ତାଙ୍କ ଫ୍ୟାନ୍ସ ଖୁବ ପ୍ରଶଂସା କରିଛନ୍ତି ।
INDIA’s 🇮🇳 biggest icon 💜
BHARAT KI SHAAN SHAH RUKH KHAN 🫡 #IPL2025 @iamsrk @KKRiders #ShahRukhKhan #KolkataKnightRiders #AmiKKR #Pathaan #KKRvRCB
— ♡♔SRKCFC♔♡™ (@SRKCHENNAIFC) March 22, 2025