fbpx

IPL Auction :୧୩.୨୫କୋଟି ଟଙ୍କାରେ ନିଲାମ ହେଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ : ଆଜି କେରଳର କୋଚିରେ ‘ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌’ର (ଆଇପିଏଲ୍‌) ‘ମିନି-ଅକ୍‌ସନ୍‌’ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଂଲଣ୍ଡର ହ୍ୟାରି ବ୍ରୁକ ୧୩.୨୫କୋଟି ଟଙ୍କାରେ ନିଲାମ ହୋଇଛନ୍ତି । ଏତେ ଉଚ୍ଚ ଦାମରେ ହ୍ୟାରିଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ କିଣିଛି । ସେହି ପରି ୱେିଲିଅମସନଙ୍କୁ ୨କୋଟିରେ କିଣିଛି ଗୁଜୁରାଟ ଟାଇଟନ୍ସ । ତେବେ ଆଇପିଏଲ ନିଲାମି ପ୍ରକିୟା ଜାରି ରହିଛି ଏହାକୁ ନେଇ ନୂଆ ନୁଆ ଅପଡେଟ ଆଗକୁ ମିଳିବ ।

ସୂଚନାମୁତାବକ ଚଳିତ ବର୍ଷ ନିଲାମ ପାଇଁ ୯୯୧ଜଣ ଖେଳାଳିଙ୍କୁ ପଞ୍ଜିକୃତ କରାଯାଇଥିବା ବେଳେ ଚୂଡ଼ାନ୍ତ ତାଲିକାରେ ମାତ୍ର ୪୦୫ଜଣ ଖେଳାଳିଙ୍କ ନାମ ରହିଛି। ସେଥିରେ ଅଛନ୍ତି ଭାରତର ୨୭୩ଜଣ ଓ ୧୩୨ଜଣ ବିଦେଶୀ ଖେଳାଳି। ସେଥିରେ ଅଛନ୍ତି ୧୧୯ଜଣ ‘କ୍ୟାପ୍‌ଡ୍‌ ପ୍ଲେୟାର୍‌’ ଓ ୨୯୬ଜଣ ‘ଅନ୍‌କ୍ୟାପ୍‌ଡ୍‌’ ପ୍ଲେୟାର୍‌।

ଆଇପିଏଲ୍‌’ ନିୟମ ଅନୁସାରେ, ପ୍ରତି ସ୍କ୍ବାଡ୍‌ରେ ଭାରତୀୟ ଖେଳାଳିଙ୍କ ସଂଖ୍ୟା ୧୭ରୁ ୨୫ ମଧ୍ୟରେ ରହିବ। ଏଥିରୁ କମ୍‌ ନୁହେଁ, କି ଅଧିକ ନୁହେଁ। ସେହିପରି, ଗୋଟିଏ ସ୍କ୍ବାଡ୍‌ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ଙ୍କୁ କିଣି ପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାନ ହୋଇ ପାରି ନ ଥିବା କୌଣସି ଖେଳାଳିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯିବ।

ସମୁଦାୟ ୧୮୩.୧୫ କୋଟି ଟଙ୍କାରେ ଟିମ୍‌ମାନଙ୍କ ପାଇଁ କେବଳ ୮୭ଟି ସ୍ଲଟ୍‌ ରଖାଯାଇଛି।

Get real time updates directly on you device, subscribe now.