fbpx

ଆଇପିଏଲ୍ ଉଦ୍‌ଘାଟନୀ ମ୍ୟାଚ୍‌: ଚେନ୍ନାଇକୁ ହରାଇଲା ଗୁଜରାଟ

ଅହମଦାବାଦ : ଚଳିତ ଆଇପିଏଲ୍‌ର ଉଦଘାଟନୀ ମ୍ୟାଚ୍‌ରେ ଚେନାଇ ସୁପରକିଙ୍ଗ୍‌ସକୁ ୫ୱିକେଟରେ ପରାସ୍ତ କରି ଗତବର୍ଷର ଚାମ୍ପିୟନ ଗୁଜରାଟ ଟାଇଟନସ ବିଜୟରୁ ଆରମ୍ଭ କରିଛି ଅଭିଯାନ । ଚେନାଇ ସୁପରକିଙ୍ଗ୍‌ସ ଧାର୍ଯ୍ୟ କରିଥିବା ୧୭୯ରନ୍‌ ଟାର୍ଗେଟକୁ ପିଛା କରି ଗୁଜରାଟ ୧୯.୨ ଓଭରରେ ୫ୱିକେଟ ହରାଇ ୧୮୨ ରନ୍‌ ସଂଗ୍ରହ ସହ ସହଜରେ ହାସଲ କରି ନେଇଥିଲା । ଓପନର ରିଦ୍ଧମାନ ଶାଙ୍କ ୨୫, ଶୁବମନ ଗିଲ ୩୬ ବଲରୁ ୬୩, ସାଇ ସୁଦର୍ଶନ ୨୨, ବିଜୟଶଙ୍କର ୨୭ ଓ ରାହୁଲ ତେୱାତିଆୟଙ୍କ ଅପରାଜିତ ୧୫ ଏବଂ ରସିଦ୍‌ ଖାନ୍‌ଙ୍କ ୩ବଲରୁ ଅପରାଜିତ ୧୦ରନ୍‌ ଗୁଜରାଟ ବିଜୟ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଥିଲା ।

ଟସ୍ ଜିତିବା ପରେ ଗୁଜରାଟ ଟାଇଟନସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିପକ୍ଷ ଚେନାଇ ସୁପରକିଙ୍ଗ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଚେନାଇ ସୁପରକିଙ୍ଗ୍‌ସ ପ୍ରଥମ ବ୍ୟାଟିଂ
କରି ନିର୍ଦ୍ଧାରିତ ୨୦ଓଭରରେ ୭ୱିକେଟ ହରାଇ ୧୭୮ ରନ୍‌ କରିଥିଲା । ଓପନର ଡେଭନ କନ୍‌ୱେ ୧ ରନ୍ କରି ଆଉଟ୍‌ ହୋଇଥିଲେ ହେଁ ଅନ୍ୟତମ ଓପନର ରୁତୁରାଜ ଗାଏକ୍ୱାଡ ଧୂଆଁଧାର ବ୍ୟାଟିଂ କରିବା ଫଳରେ ଚେନାଇ ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ସେ ୯ଛକା ଓ ୪ଚୌକା ବଳରେ ୫୦ ବଲରୁ ୯୨ରନ୍ କରି ଆଉଟ୍ ହେବା ପରେ ପରବର୍ତ୍ତି ବ୍ୟାଟରଙ୍କ ପ୍ରଦର୍ଶନ ବିଶେଷ ପ୍ରଭାବି ହୋଇ ନଥିଲେ ହେଁ ଏକ ଲଢ଼ୁଆ ସ୍କୋର କରିବାରେ ସଫଳ ହୋଇଥିଲା ।

ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଠାରୁ ଅଧିକ ଆଶା କରାଯାଉଥିଲେ ହେଁ ସେ କେବଳ ୭ରନ୍ କରି ଆଉଟ୍ ହେବା ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଶକ୍ତ ଧକ୍କା ଲାଗିଥିଲା । ମାତ୍ର ମୋଇନୀ ଅଲ୍ଲି ୧୭ ବଲରୁ ୨୩, ଅମ୍ବାଟି ରାଇଡୁ ୧୨ ବଲରୁ ୧୨, ଶିଭମ ଦୁବେ ୧୮ ବଲରୁ ୧୯ ଓ ଧୋନି ୭ବଲରୁ ଅପରାଜିତ ୧୪ରନ୍ କରିଥିଲେ । ଗୁଜରାଟ ଟାଇଟନସଙ୍କ ପକ୍ଷରୁ ମହମ୍ମଦ ସାମି, ରସିଦ୍ ଖାନ୍ ଓ ଆଲଜାରୀ ଯୋଶେଫ ପ୍ରତ୍ୟେକ ୨ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.