fbpx

ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବ IPL ମ୍ୟାଚ୍

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ସଂସ୍କରଣ ଆରମ୍ଭ ହେବ । ଆଇପିଏଲ ଗଭର୍ଣ୍ଣିଂ ବୈଠକରେ ଏ ବାବଦରେ ନିଷ୍ପତ୍ତି ହୋଇଛି । ଚଳିତ ଆଇପିଏଲରେ ମୋଟ ୧୦ଟି ଟିମ୍ ଭାଗ ନେବାକୁ ଥିବାବେଳେ ମୁମ୍ବାଇ ଓ ପୁନେର ୪ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ବର୍ତ୍ତମାନ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ସହିତ ଖେଳୁଥିବା ବେଳେ ଏହା ପରେ ଆଇପିଏଲ୍ ଆରମ୍ଭ ହେବ । ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଆସନ୍ତା ମାସ ୧୫ ତାରିଖରେ ଶେଷ ହେଉଥିବା ବେଳେ ଖେଳାଳିମାନେ ଫ୍ରାଞ୍ଚାଇଜରେ ଯୋଗଦେବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ଆଇପିଏଲରେ ମୋଟ ୭୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ମୁମ୍ବାଇରେ ୫୫ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ପୁନରେ ୧୫ଟି ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚଗୁଡ଼ିକ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ, ଡିୱାଇ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚଗୁଡ଼ିକ ଖେଳାଯିବ । ତେବେ ଆଇପିଏଲର ଫାଇନାଲ ମେ ମାସ ୨୯ରେ ଖେଳାଯିବ । ଫାଇନାଲ ଓ ପ୍ଲେଅଫ୍ ପାଇଁ ତାରିଖ ଓ ଭେନ୍ୟୁ ସ୍ଥିରୀକୃତ ହୋଇନାହିଁ ।

Get real time updates directly on you device, subscribe now.