ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଜଗମୋହନ ମୀନା, ‘ସାଇବର ଥାନା ସୁଦୃଢ଼ କରାଯିବ’
ଭୁବନେଶ୍ବର ଡିସିପି ଜଗମୋହନ ମୀନା ।
ଭୁବନେଶ୍ବର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍ ଅଫିସର ଜଗମୋହନ ମୀନା । କଟକ ଛାଡ଼ି ଭୁବନେଶ୍ବର ଡିସିପି ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି । ଡିସିପି ପିନାକ ମିଶ୍ରଙ୍କ ଠାରୁ ଦାୟିତ୍ୱ ନେଲେ ଜଗମୋହନ ମୀନା ।
ତେବେ ଦାୟିତ୍ବ ଗ୍ରହଣ କରିବା ପରେ ଜଗମୋହନ ମୀନା କହିଛନ୍ତି, ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ପ୍ରାଥମିକତା ଦିଆଯିବ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ ।
ସେ ଆହୁରି ମଧ୍ୟ କହିଛନ୍ତି, ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନା ସୁଦୃଢ଼ କରାଯିବ । ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍କୁ ସୁଦୃଢ଼ କରାଯିବ ।
ତେବେ ଜଗମୋହନ ମୀନାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ 2011 ମସିହାରେ ଏମଟେକ ଡିଗ୍ରୀ ହାସଲ କରିଥିଲେ । ଏହାପରେ 2012 ମସିହାରେ ଆଇପିଏସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିଲେ । ପ୍ରଥମେ ଏସଡିପିଓ, ଏସପି ପରେ କଟକ ଡିସିପି ଭାବେ ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ତାଙ୍କୁ ଭୁବନେଶ୍ବରର ଦାୟିତ୍ବ ଦିଆଯାଇଛି ।