fbpx

‘ଦୁଃଖ ସମୟରେ ଇରାନ ସହ ଅଛି ଭାରତ’, ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଇବ୍ରାହିମ ରଇସିଙ୍କ ହେଲିକପ୍ଟର ରବିବାର ଦିନ କ୍ରାସ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ଘଟିଛି ।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି ଯେ, ‘ଇସଲାମିକ ରିପବ୍ଲିକ ଅଫ୍ ଇରାନର ରାଷ୍ଟପତି ଡା.ସୟଦ ଇବ୍ରାହିମ ରାଇସିଙ୍କ ଦୁଃଖଦ ପରଲୋକରେ ଗଭୀର ଦୁଃଖ ଏବଂ ସେ ଏହି ଖବର ଶୁଣି ଚକିତ ହୋଇଛନ୍ତି । ଭାରତ-ଇରାନ ଦ୍ୱିପାକ୍ଷିକ ସଂପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ମୋର ହୃଦୟରୁ ସମବେଦନା । ଦୁଃଖର ଏହି ସମୟରେ ଭାରତ ଇରାନ ସହ ଛିଡା ହୋଇଛି ।’

Get real time updates directly on you device, subscribe now.