fbpx

ଲେବାନନ୍ ସିରିଜ ବ୍ଲାଷ୍ଟରେ ଇରାନର ରାଜଦୂତ ଆହତ: ଇସ୍ରାଏଲରୁ ପ୍ରତିଶୋଧ ନେବ ହିଜବୁଲ୍ଲାହ

ଓଡ଼ିଶା ଭାସ୍କର: ଲେବାନନରେ ଘଟି ଯାଇଥିବା ସିରିଜ ବିସ୍ଫୋରଣ ଏକ ଭୟଙ୍କର ରୂପ ଦେଖାଇଛି । ସମୟ ସହିତ ବଢିଚାଲିଛି ଏଭଳି ଆହୁରି ଅନେକ ସମ୍ଭାବନାର ଭୟ । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୯ ଜଣ ପ୍ରାଣ ହରାଇଥିବା ବେଳେ ୨୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ ଏବେ ବି ଗୁରୁତର ଅବସ୍ଥାରେ ରହିଛନ୍ତି । ତେବେ ବର୍ତ୍ତମାନ ଜଣାଯାଇଛି ଯେ, ଏହି ଆହତଙ୍କ ମଧ୍ୟରେ ଇରାନର ରାଜଦୂତ ମଧ୍ୟ ସାମିଲ ରହିଛନ୍ତି । ଏ ନେଇ ଇରାନ୍ ଅର୍ଦ୍ଧ ସରକାରୀ ଫାର୍ସ ସମାଚାର ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।

ସେପଟେ ଏହି ପେଜର ଗୁଡ଼ିକର ବ୍ୟାଟେରୀକୁ ଟାର୍ଗେଟ କରିବା ନେଇ ଇସ୍ରାଏଲ ସେନା ଉପରେ ଅଭିଯୋଗ ଆଣିଛି ଏକ ଟିଭି ଚ୍ୟାନେଲ । ଲେବନାନର ସ୍ୱାସ୍ଥ୍ୟମନ୍ତ୍ରୀ ଫରାସ ଅବୈଦ କହିଛନ୍ତି ଯେ, ୨,୭୫୦ ଜଣ ଲୋକ ବିସ୍ଫୋରଣରେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୨୦୦ରୁ ଅଧିକ ଲୋକ ଗମ୍ଭୀର ସ୍ଥିତିରେ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ରିପୋର୍ଟ ଅନୁସାରେ, ସମସ୍ତ ଆହତଙ୍କୁ ଲେବନାନର ରାଜଧାନୀ ବେରୁତ ଏବଂ ଏହାର ଦକ୍ଷିଣଉପନଗରରେ ଅବସ୍ଥିତ ଦହିହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫୋରଣରେ ହିଜବୁଲ୍ଲାହର ଜଣେ ପ୍ରମୁଖ ସଦସ୍ୟ ଆହତଙ୍କ ତାଲିକାରେ ସାମିଲ ଥିବା ସୂଚନା ଦେଇଛି ଇସ୍ରାଏଲ । ଏହାବ୍ୟତୀତ ଉତ୍ତର-ପୂର୍ବ ଲେବନାନର ବାଲବେକ ଜିଲ୍ଲାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

ଏହି ପେଜର ବ୍ଲାଷ୍ଟ ପାଇଁ ଇସ୍ରାଏଲକୁ ଦାୟୀ କରିବା ସହ ଏହାର ଉଚିତ ଜବାବ ପାଇଁ ହିଜବୁଲ୍ଲାହ ଯୋଜନା କରୁଛି । ଇସ୍ରାଏଲ ସହ ପ୍ରାୟ ୧ ବର୍ଷର ସଘର୍ଷ ମଧ୍ୟରେ ଏହା ସୁରକ୍ଷା ବ୍ୟବସ୍ଥାରେ ଏହା ସବୁଠାରୁ ବଡ଼ ବିଫଳତା ବୋଲି କୁହାଯାଇଛି । ହଜାବୁଲ୍ଲାହଏକ ଶକ୍ତିଶାଳୀ ଲେବନାନୀ ଇସଲାମବାଦୀ ମିଲିସିଆ ଏବଂ ରାଜେନ÷ତିକ ଆନ୍ଦୋଳନ । ଏହା ଇସ୍ରାଏଲର ଶତ୍ରୁ ହୋଇଥିବାରୁ ଇରାନ୍ ଏହାକୁ ଖୋଲା ସମର୍ତନ କରୁଛି । ଅନ୍ୟପକ୍ଷରେ ଏହି ପେଜର ବ୍ଲାଷ୍ଟକୁ ଏକ ଆହ୍ୱାନ ବୋଲି କହିଛି ଗାଜାରେ ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରୁଥିବା ଫିଲିସ୍ତିନୀ ଉଗ୍ରବଦୀ ସମୂହ ହମାସ । ଏହା ଇସ୍ରାଏଲକୁ ପରାଜୟ ଏବଂ ବିଫଳତା ପର୍ଯ୍ୟନ୍ତ ନେଇପାରେ ବୋଲି କୁହାଯାଇଛି ।

Get real time updates directly on you device, subscribe now.