fbpx

IRCTC ପକ୍ଷରୁ ଲଞ୍ଚ ହେଲା ଚାରଧାମ ଯାତ୍ରା ପ୍ୟାକେଜ୍, ଜାଣନ୍ତୁ ଖର୍ଚ୍ଚ ଓ ଟ୍ରାଭେଲ ବିବରଣୀ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଚାର ଧାମ ଯାତ୍ରା ପାଇଁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ଯାତ୍ରା ଆସନ୍ତା ଜୁନ୍ ମାସ ୩ ତାରିଖଠାରୁ ଆରମ୍ଭ ହେବ । ଏହି ପ୍ୟାକେଜରେ ଆପଣମାନେ ବଦ୍ରୀନାଥ, ଗଙ୍ଗୋତ୍ରେୀ, କେଦାରନାଥ, ଯମୁନେତ୍ରୀ ଭ୍ରମଣ କରିବାର ସୁବିଧା ରହିଛି । ୧୧ ରାତି ଓ ୧୨ ଦିନ ବିଶିଷ୍ଟ ଏହି ପ୍ୟାକେଜ୍ ପାଇଁ ଆପଣଙ୍କୁ ୬୨ ହଜାର ୬୦୦ ଟଙ୍କା ଦେବାକୁ ପଡ଼ିବ ।

ଆଇଆରସିଟିଜି ଦ୍ୱାରା ଲଞ୍ଚ କରାଯାଇଥିବା ଏହି ପ୍ୟାକେଜର ନାମ ରଖାଯାଇଛି ‘ଜାରଧାମ ଯାତ୍ରା ଏକ୍ସ ତ୍ରିଭେନ୍ଦମ’ । ଏହି ଭ୍ରମଣ ଅବସରରେ ଚାରଧାମ ଅନ୍ତର୍ଗମ ସମସ୍ତ ତୀର୍ଥସ୍ଥଳ ବୁଲିବାର ସୁବିଧା ମିଳିବ । ଜୁନ୍ ୩ରେ ଆପଣମାନେ ଫ୍ଲାଇଟରେ ତିରୁବନନ୍ଥପୁରମରୁ ଦିଲ୍ଲୀ ଯାତ୍ରା କରିବେ । ଏହାପରେ ହରିଦ୍ୱାରରୁ ବରକୋଟ, ବରକୋଟରୁ ଚଟ୍ଟି ମନ୍ଦିର, ଯମୁନେତ୍ରୀ ଆଦି ୪ ଦିନ ଧରି ଯାତ୍ରା କରିବା ପରେ ଉତ୍ତରକାଶୀରେ ପହଞ୍ଚିବେ । ୭ମ ଦିନ ଯାତ୍ରାରେ ଆପଣମାନେ କେନାରନାଥ ଦର୍ଶନ କରିବେ । ଏହାପରେ ୧୦ମ ଦିନ ବଦ୍ରୀନାଥ ଓ ଅନ୍ତିମ ଦିବସରେ ରୁଦ୍ରପ୍ରୟାଗ ଯାତ୍ରା କରି ପରଦିନ ଘରକୁ ଫେରିବେ ।

ଯଦି ଆପଣମାନେ ହେଲିକପ୍ଟରରେ ଯାତ୍ରା କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ଏହି ଖର୍ଚ୍ଚ ଦେବାକୁ ପଡ଼ିବ । ଗାଇଡ୍ ଶୁଳ୍କର ଦାୟିତ୍ୱ ଆଇଆରସିଟିସି ନେବ ନାହିଁ । ଲଣ୍ଡ୍ରି, ଟେଲିଫୋନ କଲ, ମିନେରାଲ ୱାଟର, ସଫ୍ଟ ଆଣ୍ଡ ହାର୍ଡ ଡ୍ରିଙ୍କ, ରକ୍ କ୍ଲାଇମ୍ବିଂ, ପାରାଗ୍ଲାଇଡିଂ, ଭିଡିଓ କ୍ୟାମେରା ଶୁଳ୍କ ଆପଣଙ୍କୁ ଦେବାକୁ ପଡ଼ିବ । ଯାତ୍ରା ସମୟରେ ଯଦି ଆପଣମାନେ କୌଣସି ଯାନର ଉପଯୋଗ କରିବେ, ଅତିରିକ୍ତ ଭୋଜନ କରିବେ ତେବେ ସେଥିପାଇଁ ଆପଣଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିବ । ବୁକିଂ ପାଇଁ ଆପଣ ଆଇଆରସିଟିର ଅଫିସିଆଲ୍ ୱେବସାଇଟ୍ irctctourism.comକୁ ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.