fbpx

କମ୍ ଟଙ୍କାରେ ଥାଇଲାଣ୍ଡ ବୁଲିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ: IRCTC ଲଞ୍ଚ କଲା ସ୍ପେଶାଲ ଇଣ୍ଟରନ୍ୟାସନାଲ ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣ ପ୍ରିୟ ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଏଥିପାଇଁ ଲଞ୍ଚ କରିଛି ଏକ ସ୍ପେଶାଲ୍ ପ୍ୟାକେଜ୍ । ଆଇଆରସିଟିସି ଦେଶ ଓ ବିଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ସୁଯୋଗ ଦେଉଛି । ଏହି ଅବସରରେ ଆଇଆରସିଟିସି ୫ ଦିନ ଓ ୬ ରାତିର ଥାଇଲାଣ୍ଡ ଟୁର୍ ପ୍ୟାକେଜ୍ ଆଣିଦେଇଛି । ଏହି ଯାତ୍ରା ଆସନ୍ତା ଜୁଲାଇ ୨୩ରୁ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଆଇଆରସିଟିସିର ଆଞ୍ଚଳିକ କାର୍ଯ୍ୟାଳୟ ଲକ୍ଷ୍ନୌ ଦ୍ୱାରା ଏହା ପରିଚାଳନା କରାଯିବ ।

ଏହି ଟୁର ପ୍ୟାକେଜରେ ଯାତ୍ରୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ପ୍ୟାକେଜରେ ବିମାନ ଯାତ୍ରା, ଭିସା ଫିସ, ତିନି ତାରକା ହୋଟେଲରେ ରହିବା ଓ ଖାଇବା ବ୍ୟବସ୍ଥା (ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର) ଆଇଆରସିଟିସି ଦ୍ୱାରା କରାଯିବ । ଦୁଇ/ ତିନି ଜଣ ବ୍ୟକ୍ତି ଏକସଙ୍ଗେ ରହିଲେ ପ୍ୟାକେଜର ମୂଲ୍ୟ ଜଣ ପିଛା ୫୯,୭୦୦ ଟଙ୍କା ହେବ । ଯଦି ଜଣେ ବ୍ୟକ୍ତି ଏକାକୀ ରୁହେ, ତେବେ ପ୍ୟାକେଜର ଭଡ଼ା ୬୯,୮୫୦ ଟଙ୍କା ରହିବ ।

ଏହି ଯାତ୍ରା ପ୍ୟାକେଜରେ ଆପଣମାନେ ଅଲକଜାର ଶୋ, କୋରଲ ଆଇଲ୍ୟାଣ୍ଡ, ନାଙ୍ଗ ନୂଚ ଟ୍ରାପିକଲ ଗାର୍ଡନ, ଜେମ୍ସ ଗ୍ୟାଲେରୀ, ବ୍ୟାଙ୍କକର ହାପ ଡେ ସିଟି, ଚାେଓ ପ୍ରାୟା କ୍ରୁଜ, ସଫାରୀ ୱାର୍ଲ୍ଡ, ମରୀନ ପାର୍କ ଆଦି ଉପଭୋଗ କରିପାରିବେ । ଏହି ପ୍ୟାକେଜ ପାଇଁ ବୁକିଂ କରିବାକୁ ହେଲେ ଅନେକ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ପ୍ରବେଶ ତାରିଖ ଠାରୁ ୬ ମାସ ପର୍ଯ୍ୟନ୍ତ ବୈଧ ପାସପୋର୍ଟ ଜରୁରୀ । ଛଅ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ତିନି ମାସରୁ ଅଧିକ ପୁରୁଣା ହୋଇ ନଥିବା ଦୁଇଟି ଫଟୋ ଦେବାକୁ ପଡ଼ିବ । ଏହି ଯାତ୍ରା ପାଇଁ ଆପଣମାନେ ଆଇଆରସିଟିସିର ଅଫିସିଆଲ ୱେବସାଇଟ irctctourism.comରେ ଅନଲାଇନରେ ବୁକିଂ କରିପାରିବେ ।

Get real time updates directly on you device, subscribe now.