fbpx

ମହିଳା ଯାତ୍ରୀଙ୍କ ପାଇଁ ରେଲୱେର ସ୍ପେସାଲ୍ ଅଫର, ଟ୍ରେନ ଯାତ୍ରାରେ ମିଳିବ କ୍ୟାଶବ୍ୟାକ ଏବଂ ଡିସ୍କାଉଣ୍ଟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କୁ ବିଶେଷ ଛାଡ଼ ତଥା ଡିସ୍କାଉଣ୍ଟ ଦେଉଛି । ଆଇଆରସିଟିସି ତରଫରୁ କୁହାଯାଇଛି ଯେ ଏହି ଅଫର କେବଳ ଲକ୍ଷ୍ନୌ-ଦିଲ୍ଲୀ ଏବଂ ଅହମଦବାଦ-ମୁମ୍ବାଇ ରୁଟରେ ତେଜସ ଏକ୍ସପ୍ରେସ ଏବଂ ଅନ୍ୟ ଟ୍ରେନରେ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ।

ଆଇଆରସିଟିସି ଅନୁଯାୟୀ, ରକ୍ଷା ବନ୍ଧନର ଅବସରରେ ଏହି ଅଫର ୧୫ ଅଗଷ୍ଟ ଠାରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ବୈଧ ରହିବ । ତେବେ ଅଫର କେବଳ ପ୍ରିମିୟମ ଟ୍ରେନ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ପାଇଁ ରହିବ । ଆଇଆରସିଟିସି ୧୫ ଅଗଷ୍ଟ ଠାରୁ ୨୪ ଅଗଷ୍ଟ ମଧ୍ୟରେ ଯାତ୍ରା କରୁଥିବା ମହିଳାଯାତ୍ରୀଙ୍କୁ ପାଞ୍ଚ ପ୍ରତିଶତ କ୍ୟାଶବ୍ୟାକ ଅଫର ଦେଉଛି । ମହିଳାଯାତ୍ରୀ ଏହି ସମୟରେ ଯାତ୍ରା ଉପରେ କ୍ୟାଶବ୍ୟାକ ଲାଭ ଉଠାଇପାରିବେ । ଏହି ଅଫର ସେହି ମହିଳା ଯାତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହେବ ଯେଉଁମାନେ କ୍ୟାଶବ୍ୟାକ ଆରମ୍ଭ ହେବା ପୂର୍ବରୁ ଟିକଟ ବୁକ୍ କରିଥିଲେ ।

Get real time updates directly on you device, subscribe now.