fbpx
BSKY SKY
BSKY SKY

IRDAI ବଦଳାଇଲା ସ୍ୱାସ୍ଥ୍ୟ ବୀମା ନିୟମ: ମେଡି କ୍ଲେମ୍ ପାଇଁ ମେଡିକାଲରେ ୨୪ ଘଣ୍ଟା ରହିବା ଜରୁରୀ ନୁହେଁ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ବୀମାକୁ ନେଇ ଜନସାଧାରଣ ଅନେକ ସମସ୍ୟାର ସାମ୍ନା କରୁଥିବାର ଦେଖାଯାଉଛି । କରୋନା ମହାମାରୀ ପରଠାରୁ ସ୍ୱାସ୍ଥ୍ୟ ବୀମାଧାରୀଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଉଛି । ବିଶେଷ କରି ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଥିବା କମ୍ପାନୀମାନଙ୍କର ନିୟମକୁ ନେଇ ବୀମାଧାରୀମାନେ ଅନେକ ହଇରାଣ ହରକତ ହେଉଛନ୍ତି ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖୁସି ଖବର । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କରାଯାଇଛି । ଫଳରେ ଏଣିକି ମେଡି କ୍ଲେମ ପାଇଁ ଜନସାଧାରଣଙ୍କୁ ଆଉ ମେଡିକାଲରେ ୨୪ ଘଣ୍ଟା ରହିବା ଜରୁରୀ ହେବ ନାହିଁ । ପୂର୍ବରୁ ସ୍ୱାସ୍ଥ୍ୟ ବୀମା ରାଶି ଦାବି କରିବା ପାଇଁ ଲୋକଙ୍କୁ ମେଡିକାଲରେ ୨୪ ଘଣ୍ଟ ରହିବା ଜରୁରୀ ଥିଲା । ଏପରିକି ସ୍ୱାସ୍ଥ୍ୟ ବୀମା ଥାଇ ବି ଅନେକ ସମୟରେ ଲୋକଙ୍କୁ ନିଜ ପକେଟରୁ ଅର୍ଥ ଭରଣା କରିବାକୁ ପଡ଼ୁଥିଲା ।

ତେବେ ଆଇଆରଡିଏଆଇ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ନିୟମରେ ପରିବର୍ତ୍ତନ କରାଯିବା ଫଳରେ ଏଣିକି ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଏହାଦ୍ୱାରା ଅଯଥାରେ ସେମାନଙ୍କର ପକେଟରୁ ଅର୍ଥ ଅପଚୟ ହେବ ନାହିଁ । ସ୍ୱାସ୍ଥ୍ୟ ବୀମା ଦାବି କରିବା ପାଇଁ ଲୋକଙ୍କୁ ଆଉ ୨୪ ଘଣ୍ଟା ପାଇଁ ମେଡିକାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ । ବୀମା କମ୍ପାନୀମାନେ ଏଥିପାଇଁ ପୃଥକ ପୃଥକ ବ୍ୟବସ୍ଥା କରିବେ । ଏହି ଦାବିକୁ ଡେ-କେୟାର ଅଧିନରେ ରଖାଯାଇ ପାରିବ । ଜଣେ ବ୍ୟକ୍ତି ୨୪ ଘଣ୍ଟ ପାଇଁ ମେଡିକାଲରେ ଆଡମିଶନ ନହୋଇ ମଧ୍ୟ ବୀମା କମ୍ପାନୀଠାରୁ ବୀମାରାଶି ଦାବି କରିପାରିବେ । ନୂଆ ନିୟମରେ ବୀମାଭୁକ୍ତ ଲୋକମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.