fbpx
BSKY
BJD MC SKY
BJD MS SKY

ଏଣିକି ଏକାଧିକ ଗାଡ଼ି କିଣିଲେ ମଧ୍ୟ ଗୋଟିଏ ଇନସ୍ୟୁରାନ୍ସ ପ୍ରିମିୟମ ଭରିବେ, IRDAI ଲାଗୁ କଲା ନୂଆ ନିୟମ

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର । ଯଦି ଜଣେ ଗାଡ଼ି ମାଲିକଙ୍କ ପାଖରେ ଏକାଧିକ ଗାଡ଼ି ଅଛି, ତେବେ ସେ ନୂଆ ବୀମା ପ୍ଲାନର ଫାଇଦା ଉଠାଇ କେବଳ ଗୋଟିଏ ଇନସ୍ୟୁରାନ୍ସ ପ୍ରିମିୟମ ଦେଇ ବୀମା ନେଇ ପାରିବେ । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି ।

ଆଇଆରଡିଏଆଇ ଟେକ୍ନୋଲୋଜି ଆଧାରିତ ଏକ ନୂଆ ବ୍ୟବସ୍ଥାକୁ ଆପଣାଇଛି । ଏହାଫଳରେ ଆପଣଙ୍କ ଗାଡ଼ି ବୀମାର ପ୍ରିମିୟମ ରାଶି ହ୍ରାସ ପାଇବ । ବୀମା ନିୟନ୍ତ୍ରକ ପକ୍ଷରୁ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀଙ୍କ ପାଇଁ ‘ପେ ଆଜ୍ ୟୁ ଡ୍ରାଇଭ’ ଓ ‘ପେ ହାଓ ୟୁ ଡ୍ରାଇଭ’ ପରି କନସେପ୍ଟ ଉପସ୍ଥାପନ କରିଛି ।

ନୂଆ ନିୟମ ଅନୁଯାୟୀ, ଗ୍ରାହକଙ୍କୁ ଗାଡ଼ି ଚଳାଇବାର ଅଭ୍ୟାସ ଆଧାରରେ ତାଙ୍କର ଗାଡ଼ିର ବୀମା ପ୍ରିମିୟମ ସ୍ଥିର ହେବ । ଏହା ଏକପ୍ରକାର ଟେଲିମେଟିକ୍ସ ବେସ ବାହନ ବୀମା ପ୍ଲାନ ଅଟେ । ଆପଣଙ୍କ ଗାଡ଼ି ଚଳାଇବାର ଅଭ୍ୟାସ ସହିତ ଏହାକୁ ବ୍ୟବହାର କରିବାର ତରିକା ଆଧାର ଉପରେ ପ୍ରିମିୟମ ରାଶିକୁ କମ-ବେଶି କରିବା ସୁବିଧା ଦିଆଯାଇଛି । ଏହି ନିୟମକୁ ତକ୍ରାଳ ଭିତ୍ତିରେ ଲାଗୁ କରାଯାଇଛି । ଏହାଫଳରେ ଜଣେ ଗାଡ଼ି ମାଲିକ ଗୋଟିଏ ଇନସ୍ୟୁରାନ୍ସ ପ୍ରିମିୟମ ଦେଇ ଦୁଇଟି ଗାଡ଼ିର ବୀମା ନେଇ ପାରିବ ।

Get real time updates directly on you device, subscribe now.