fbpx
BSKY
BJD MC SKY
BJD MS SKY

ଏୟାରପୋର୍ଟରେ ଦେଢଘଣ୍ଟା ଛିଡା ହେଲେ ଇରଫାନ ପଠାନ:ସୋସିଆଲ ମିଡିଆରେ କଲେ ଏପରି କିଛି ଖୁଲାସା

ମୁମ୍ବାଇ: ଭାରତୀୟ ଦଳର ପୁର୍ବତନ କ୍ରିକେଟର ଇରଫାନ ପଠାନ ଏବଂ ତାଙ୍କ ପରିବାର ସହିତ ଦୁବାଇ ଯାଇଥିବା ବେଳେ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତାଙ୍କ ସହିତ ଖରାପ ବ୍ୟବହାର ମଧ୍ୟ ହୋଇଛି । ଇରଫାନ ଏବଂ ତାଙ୍କ ପରିବାରକୁ ବିସ୍ତାରା ଚେକ୍ ଇନ କାଉଁଣ୍ଟର ନିକଟରେ ପାଖାପାଖି ଦେଢ ଘଣ୍ଟା ଛିଡା କରାଇଦିଆ ଯାଇଛି । ତେବେ ଏହି ଅଭିଯୋଗ ନିଜେ ଇରଫାନ ଆଣିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ସହିତ ହୋଇଥିବା ଏହି ଘଟଣାର ଖୁଲାସା କରିଛନ୍ତି । ଇରଫାନ କହିଛନ୍ତି ଯେ ଚେକ୍ ଇନ କାଉଁଣ୍ଟର ନିକଟରେ ପାଖାପାଖି ଦେଢ ଘଣ୍ଟା ଛିଡା ହେବା ସମୟରେ ତାଙ୍କ ସହ ତାଙ୍କ ପତ୍ନୀ ଓ ଦୁଇ ପିଲା ମଧ୍ୟ ଥିଲେ ।

ସୂଚନା ମୁତାବକ ୨୭ ଅଗଷ୍ଟରେ ହେବାକୁ ଥିବା ଏସିଆ କପ୍ ୨୦୨୨ ପାଇଁ ଭାରତୀୟ ଦଳର ପୁର୍ବତନ କ୍ରିକେଟର ତଥା ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ ପରିବାର ସହ ଦୁବାଇ ଯିବା ପାଇଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ତାଙ୍କର ଫ୍ଲାଇଟ୍ ଥିବାବେଳେ ଏୟାରପୋର୍ଟରେ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଛି ।

ଇରଫାନ ପଠାନ ତାଙ୍କ ଟୁଇଟ୍ ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ସେ ଦୁବାଇ ଯିବା ପାଇଁ ଏୟାରପୋର୍ଟର ଚେକ୍ ଇନ୍ କାଉଣ୍ଟର ନିକଟରେ ପହଞ୍ଚିବା ପରେ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଛି । ଏଥି ସହିତ ତାଙ୍କ କନଫର୍ମ ଟିକେଟ ସହିତ ବିସ୍ତାରା ଚେକ୍ ଇନ କାଉଁଣ୍ଟର କିଛି ଏପଟ ସେପଟ କରିଦେଇଛନ୍ତି । ଯାହା ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ପାଖାପାଖି ଦେଢ ଘଣ୍ଟା ଛିଡା ହେବାକୁ ପଡିଥିଲା । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ସହିତ ତାଙ୍କ ପତ୍ନି ଓ ୮ ମାସର ଓ ୫ ବର୍ଷର ଦୁଇଟି ପିଲା ମଧ୍ୟ ଥିଲେ ।

ତେବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଇରଫାନ ଫଠାନ ଏହି ଘଟଣାକୁ ନେଇ ଏୟାରପୋର୍ଟର ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ ତାଙ୍କ ସହିତ ହୋଇଥିବା ଏହି ମାମଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ । କାରଣ ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଯେଉଁ ପରିସ୍ଥିତି ଦେଇ ମୁଁ ଗତି କରିଛି ଏହିପରି ଅନ୍ୟ କାହା ସହ ନହେଉ ।

Get real time updates directly on you device, subscribe now.