fbpx

ଧୋନୀଙ୍କ ପ୍ରଶଂସାରେ କହିଲେ ଇରଫାନ: କେତେ ଆସିଲେ ଆଉ ଗଲେ, କିନ୍ତୁ ଧୋନୀଙ୍କ ଜାଗା……

ମୁମ୍ବାଇ: ଦୁଇ ବର୍ଷ ପରେ ପୁଣି ଥରେ ଚଳିତ ଆଇପିଏଲ ସିଜନରେ ଗର୍ଜୁଛି ଧୋନୀଙ୍କ ବ୍ୟାଟ । ପୁଣି ଥରେ ପୁରୁଣା ଫିନିସର ରୂପରେ ନଜର ଆସିଛନ୍ତି କ୍ୟାପଟେନ କୁଲ ମାହି । ଶେର ବୁଢା ହୋ ଗୟା ଲେକିନ ଶିକାର କରନା ନେହିଁ ଭୁଲା । କୋଲକାତା ବିପକ୍ଷ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ଲଗାଇ ଦୁନିଆକୁ ଏ କଥା ସେ ବୁଝାଇ ଦେଇଥିଲେ । ତେବେ ଗତ ୨ଟି ସିଜନରୁ ଅନେକ ଚର୍ଚ୍ଚା ହେଉଥିଲା ଯେ, ଧୋନୀଙ୍କ ଭିତରେ ଆଉ ସେ ଫନିସର ଷ୍ଟାଇଲ ନାହିଁ । କିନ୍ତୁ ମୁମ୍ବାଇ ବିପକ୍ଷ ମ୍ୟାଚ ଦେଖିବା ପରେ ପୁଣିଥରେ ଧୋନୀଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଶେଷ ଓଭରରେ ଧୋନୀଙ୍କ ପିନିସିଙ୍ଗ ଟଚ ପୁଣି ଥରେ କ୍ରିକେଟ ପ୍ରେମୀଙ୍କୁ ପାଗଳ କରି ଦେଇଛି ।

MI vs CSK, IPL 2022: Dhoni finishes it off in style as Chennai send Mumbai to 7th straight defeat

କେବଳ ପ୍ରଶଂସକ ନୁହେଁ, କ୍ରିକେଟ ବିଶେଷଜ୍ଞ ବି ଧୋନୀଙ୍କ ପ୍ରଶଂସାରେ କେତେ କଣ କହି ଯାଉଛନ୍ତି । ଏହାରି ଭିତରେ ପୂର୍ବତନ କ୍ରିକେଟର ଇରଫାନ ପଠାନ କେମିତି ପଛରେ ରହିବେ ? ସେ ବି ଧୋନୀଙ୍କ ପାଇଁ ପଦେ କହିଛନ୍ତି । ଆଉ ସେହି ପଦିକ କଥା ସବୁ ଧୋନୀ ଲଭରଙ୍କ ମନକୁ ଛୁଇଁ ଯାଇଛି । ଇରଫାନ କହିଛନ୍ତି ଯେ, ବହୁତ ଫିନିସର ଆସିଛନ୍ତି ଆଉ ଯାଇଛନ୍ତି, କିନ୍ତୁ ଏମ.ଏସ ଧୋନୀଙ୍କୁ ରିପ୍ଲେସ କରିବା ସମ୍ଭବ ନୁହେଁ । ଧୋନୀ ହେଉଛନ୍ତି ଆଇପିଏଲର ସବୁଠୁ ମହାନ ଏବଂ ଘାତକ ଫିନିସର । ଗତ ବର୍ଷେ ଦେଢ ବର୍ଷ ଭିତରେ ଅନେକ ଖେଳାଳି ଏହି ତାଲିକାରେ ସାମିଲ ହୋଇଛନ୍ତି କିନ୍ତୁ ଧୋନୀଙ୍କୁ ଫିନିସର କାଯାଗୋରୀରୁ ବାହାର କରିବାରେ କେହି ବି ସଫଳ ହୋଇ ପାରି ନାହାନ୍ତି । ଆଇପିଏଲର ଧୋନୀ ହେଉଛନ୍ତି ପରିଚୟ ଏବଂ ଜଣେ ବ୍ରାଣ୍ଡ ଆମ୍ବାସଡର ।

He was recovering from some illness': Pathan recalls meeting Dhoni before IPL - Hindustan Times

ମୁମ୍ବାଇ ବିପକ୍ଷରେ ଧୋନୀଙ୍କ ଏହି ଜବରଦସ୍ତ ପାଳି ପରେ ତାଙ୍କୁ ଇଣ୍ଡିଆନ ଟିମକୁ ଫେରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆସରିଛି । ଧୋନୀଙ୍କ ଅବସର ପରେ ଭାରତ ଆଜି ପର୍ଯ୍ୟନ୍ତ ଜଣେ ଫିନିସରର ଅଭାବକୁ ଏଡାଇ ପାରିନି । ଅନେକ ଖେଳାଳିଙ୍କୁ ସୁଯୋଗ ଦିଆଯିବା ପରେ ବି ଧୋନୀଙ୍କ ଶୂନ୍ୟସ୍ଥାନକୁ କେହି ବି ପୁରା କରି ପାରି ନାହାନ୍ତି ।

Get real time updates directly on you device, subscribe now.