fbpx

ଶରୀର ପାଇଁ କେତେ ଲାଭ କିମ୍ବା କ୍ଷତି ହୋଇଥାଏ କଫି : ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ

Advertisement

ଆମେ ପ୍ରାୟତଃ ପ୍ରକ୍ୟେକ ଦିନ କଫି ପିଇଥାନ୍ତି । ଏପରିକି ଶୀତ ଦିନରେ ଆମେ ଦିନକୁ ୩ରୁ ୪ କପ୍ ପର୍ଯ୍ୟନ୍ତ କଫି ପିଇଥାନ୍ତି । ତେବେ ଆମେ ପିଉଥିବା କଫି ପ୍ରକୃତରେ ଆମ ଶରୀର ପାଇଁ କେତେ ଲାଭଦାୟକ କିମ୍ବା କ୍ଷତିକାରକ । ଏହି କଥାକୁ ନେଇ ମନରେ ଅନେକ ଥର ପଶ୍ନ ଆସିଥିବାବେଳେ ଏହାକୁ ନେଇ ଅନେକ ଥର ଚର୍ଚ୍ଚା ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ହୋଇଥିବା ଏକ ରିସର୍ଚରୁ ଏହା ଜଣା ପଡିଛି ଯେ କଫି କିମ୍ବା ମିଠା କଫି ପିଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କଫିକୁ ନେଇ କଣ କହୁଛି ରିସର୍ଚ୍ଚ ।

ସ୍ୱାସ୍ଥ୍ୟ ଉପରେ କଫିର ପ୍ରଭାବକୁ ନେଇ ଲୋକଙ୍କର ମତ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ସର୍ବଭାରତୀୟ ସ୍ତରରେ ଆମେ ପ୍ରତ୍ୟେକ ଦିନ ପ୍ରାୟ ଦୁଇ ମିଲିୟନ କଫି ପିଇଥାଉ । ତେବେ କଫିକୁ ପସନ୍ଦ କରୁଥିବା ଅନେକ ଲୋକ ଏହା ଜାଣିବାକୁ ଚାହୁଁଥିବେ କଫି ଆମକୁ ଜାଗ୍ରତ କରିବା ସହିତ ଆଉ କେଉଁ କାର୍ଯ୍ୟ କରିଥଏ । ତେବେ ରିସର୍ଚ ଏହା କହୁଛି ଯେ କଫି ଆମକୁ ଜାଗ୍ରତ ରଖିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ପ୍ରଦାନ କରିଥାଏ ।

କଫି ଉପରେ ବୈଜ୍ଞାନିକମାନଙ୍କର ମତ: ବୈଜ୍ଞାନିକ ମାନେ ଏହା କହିଛନ୍ତି ଯେ ସେମାନେ କଫି ଉପରେ ରିସର୍ଚ କରିବାକୁ ଭଲ ପାଇଥାନ୍ତି । ଏଥି ସହିତ ସେମାନେ କଫି ପିଇବାକୁ ମଧ୍ୟ ଖୁବ୍ ପସନ୍ଦ କରନ୍ତି । ତେବେ ପ୍ରାୟ ୩.୫ ମିଲିୟନ ବୈଜ୍ଞାନିକ କଫି ଉପରେ ରିସର୍ଚ୍ଚ କରିବା ସହ ଏହା ଉପରେ ବହି ମଧ୍ୟ ଲେଖିଛନ୍ତି । ୧୯୮୧ ମସିହାରେ ନ୍ୟୁୟର୍କର ଏକ ହାଇପ୍ରୋଫାଇଲ୍ ପୋଲ ଦୃଢ ଭାବରେ ଘୋଷଣା କରିଥିଲା ଯେ ସକାଳୁ କଫି ପିଇବା ଦ୍ୱାରା ଆମେ ମୃତ୍ୟୁ ଆଡକୁ ଗୋଟିଏ ପାଦ ଆଗକୁ ବଢାଇଥାନ୍ତି । କିନ୍ତୁ ରିସର୍ଚ ପରେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।

ତେବେ କଫିରେ କଫିନ ନାମକ ଏକ ପଦାର୍ଥ ରହିଥାଏ । ଯାହା ଆମକୁ ଜାଗ୍ରତ ରଖିବାରେ ସାହାର୍ଯ୍ୟ କରେ । ସେହିପରି ଏଥିରେ ପଲିଫେନୋଲ୍ ଓ ଆଣ୍ଟିଅକ୍ସିଡାଣ୍ଟ ଭଳି ରାସାୟନିକ ପଦର୍ଥ ରହିଥାଏ ଯାହାକି ବ୍ରୋକଲି ଓ ବ୍ଲୁବେରି ପରି ଉଦ୍ଭିଦରେ ଅଧିକ ପରିମାଣରେ ରହିଥାଏ । ତେଣୁ କଫି ଆମ ଶରୀରକୁ ସୁସ୍ଥ ରଖିବା ସହିତ ଆମ ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ ହୋଇଥାଏ ।

Get real time updates directly on you device, subscribe now.