fbpx

ହାର୍ଟ ଆଟାକ ଆସିଲେ ଜୋରରେ କାଶିବା ଦ୍ୱାରା ବଞ୍ଚିଯାଏ କି ଜୀବନ, ଡାକ୍ତର କଲେ ଖୁଲାସା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ହାର୍ଟଆଟାକ ସାଂଘାତିକ ହୋଇଥାଏ । ହାର୍ଟଆଟାକ ଆସିବାରେ ଡାକ୍ତର ରୋଗୀଙ୍କୁ ଫାର୍ଷ୍ଟ ଏଡ ଦେବା ସହ ତୁରନ୍ତ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥାଆନ୍ତି । ଏଥିରେ ରୋଗୀଙ୍କୁ ଆରମ ମିଳିଥାଏ । ଗତ କିଛିଦିନ ହେଲାଣି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟରେ କୁହାଯାଉଛି ଯେ, ହାର୍ଟ ଆଟାକ ଆସିବା ବେଳେ ରୋଗୀ ଜୋରରେ କାଶିବା ଦ୍ୱାରା ଜୀବନ ବଞ୍ଚିଯାଏ । ଏହି ପ୍ରୋସେସକୁ କଫ ସିପିଆରର ନାମ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କଣ କହୁଛନ୍ତି ଡାକ୍ତର..

ଡାକ୍ତରଙ୍କ କହିବାନୁଯାୟୀ, ଏହା ସଂପୂର୍ଣ୍ଣ ଭୁଲ ଏବଂ ବିଭ୍ରାନ୍ତକାରୀ ଦାବି । କଫ ସିପିଆର ପରି କୌଣସି ଜିନିଷ ନାହିଁ । ହାର୍ଟ ଆଟକ ଆସିଲେ ରୋଗୀ ଜୋର ଜୋରରେ କାଶିଲେ ଜୀବନ ବଞ୍ଚାଯାଇପାରିବ ନାହିଁ କି ଜୋରରେ ନିଶ୍ୱାସ ନେଲେ ଜୀବନ ବଞ୍ଚିବ ନାହିଁ ।

ଭାଇରାଲ ହେଉଥିବା ପୋଷ୍ଟରେ କୁହାଯାଇଛି ଯେ, ଯଦି ଛାତିରେ ଯନ୍ତ୍ରଣା ହେଉଛି, ତେବେ ଆପଣଙ୍କୁ ହାର୍ଟ ଆଟାକ ଆସିପାରେ । ଏହି ସମୟରେ କେହି ସାହାଯ୍ୟ କରିବା ପାଇଁ ନାହାନ୍ତି, ତେବେ ସେହି ସମୟରେ ଜୋର ଜୋରରେ କାଶିବା ଏବଂ ଜୋରରେ ନିଶ୍ୱାସ ନେବା ଆବଶ୍ୟକ । ଏହା କରିବା ଦ୍ୱାରା ଫୁସଫୁସକୁ ଅମ୍ଳଜାନ ମିଳିବ ଏବଂ ଜୀବନ ବଞ୍ଚିଯିବ ।

Get real time updates directly on you device, subscribe now.