fbpx
BJD
BJD SKY
BJD SKY

ପିଲାମାନଙ୍କୁ କଳା ଲଗେଇବା ସୁରକ୍ଷିତ କି ନୁହେଁ ? ଆସନ୍ତୁ ଜାଣିବା

BJD

ମା’ ମାନେ ଲୋକଙ୍କ କୁ ନଜରରୁ ରକ୍ଷା କରିବାକୁ ଶିଶୁକୁ ଲଗେଇ ଦେଇଥାନ୍ତି କଳା । ଏବେ ପ୍ରଶ୍ନ ଉଠୁଛି ପିଲାମାନେ କଳା ଲଗେଇବା ସୁରକ୍ଷିତ କି ନାହିଁ? ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ କି? ଆସନ୍ତୁ ଜାଣିବା ଏହି ବିଷୟରେ । କଳା ତିଆରି ପାଇଁ ସୀସା ବହୁ ପରିମାଣରେ ବ୍ୟବହୃତ ହୁଏ । ସୀସା ଏକ କ୍ଷତିକାରକ ଉପାଦାନ, ଯାହା ଶିଶୁମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଶରୀରର କିଡନୀ, ଅସ୍ଥି ମଜ୍ଜା, ମସ୍ତିଷ୍କ ସହିତ ଶରୀରର ଅନେକ ଅଂଶ ଉପରେ ଏହାର କୁ ପ୍ରଭାବ ପଡିଥାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯଦି ରକ୍ତରେ ସୀସା ସ୍ତର ବଢିଥାଏ ତେବେ କୋମାରେ ଯିବାର ସମ୍ଭାବନା ଥାଏ । ଯେହେତୁ ପିଲାଟି ଛୋଟ ପ୍ରତ୍ୟେକ ବାପାମା ସେମାନଙ୍କୁ ସୀସା ସଂସ୍ପର୍ଶରେ ଆସିବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ଛଡ଼ା ବଜାରରେ ମିଳୁଥିବା କଳାରେ ବିଭିନ୍ନ ପ୍ରକାରର କେମିକାଲ୍ ମିଶିଥାଏ । ଯେଉଁଥିପାଇଁ ଏହା ଆଖିର ଇନଫେକସ କରିବା ସହ ଏହା ଶରୀରକୁ ପହଞ୍ଚାଇଥଏ କ୍ଷତି ।

ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଘରେ ତିଆରି କଳା ପିଲାମାନଙ୍କୁ ଲଗାଯାଇ ପାରିବ । କାରଣ ଏହା ସ୍ୱାଭାବିକ ଭାବେ କୌଣସି କ୍ଷତି ଘଟାଏ ନାହିଁ । ଯଦି ଆପଣ ମଧ୍ୟ ସମାନ ଚିନ୍ତା କରୁଥିବା ପିଲାଙ୍କ ପାଇଁ ଘରେ ତିଆରି କାଜଲ୍ ପ୍ରୟୋଗ କରୁଛନ୍ତି, ତେବେ ଜାଣି ରଖନ୍ତୁ ଯେ ଏହା କରିବା ଶିଶୁର ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ।

Get real time updates directly on you device, subscribe now.