ରାଜନୀତି ଏକ ସେବା ନା ଚାକିରି?

ଭୁବନେଶ୍ୱର: ବିଧାୟକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ଶନିବାରେ ଶାସକ ଏବଂ ବିରୋଧୀ ବିଧାୟକ ମିଳିମିଶି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ। ଯାହା ସାରା ରାଜ୍ୟରେ ଚର୍ଚ୍ଚା ସଷ୍ଟି କରିଛି। କାରଣ ରାଜ୍ୟରେ ବର୍ତ୍ତମାନ ଲକ୍ଷ ଲକ୍ଷ ବେକାର ଯୁବକଙ୍କ ଦରମା ନାହିଁ, ବେକାର ହୋଇ ବୁଲୁଛନ୍ତି। ସେହିଭଳି ସରକାରୀ ସ୍କୁଲଠାରୁ ଆରମ୍ଭ କରି ଅନେକ ସରକାରୀ ଅନୁଷ୍ଠାନରେ ହଜାର ହଜାର ଚୁକ୍ତି ଭିତ୍ତିକ କର୍ମଚାରୀ ଦିନ ମଜୁରିଆଙ୍କଠୁ ମଧ୍ୟ କମ୍ ଦରମା ପାଉଛନ୍ତି। ଏଭଳି ସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଦାବି କରିବା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

ସେହିରି ରାଜ୍ୟର କୌଣସି ବିକାଶ ମୁଳକ କାର୍ଯ୍ୟରେ ବିରୋଧି ଏବଂ ଶାସକ ଏକ ହୋଇ ଠିଆ ହେବାର ନଜିର ନଥାଏ। ଏହାବାଦ୍ ସରକାରରେ ଥିବା ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ବିବାଦକୁ ନେଇ ସବୁବେଳେ ମୁହାଁ ମୁହିଁ ହେଉଥିବା ବେଳେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ ମନୋଭାବ ପୋଷଣ କରାଯାଇ ନଥାଏ। ହେଲେ ବିଧାକମାନେ ନିଜ ଦରମା ବୃଦ୍ଧି ପାଇଁ ବିଧାନସଭାରେ ଏକାଠି ହୋଇଥିବା ଦେଖାଯାଇଛି। କାରଣ ଅନ୍ୟାନ୍ୟ ସୁବିଧା ସୁଯୋଗ ଛାଡ଼ି ବିଧାୟକଙ୍କୁ ୧ ଲକ୍ଷ ଟଙ୍କା ତାଙ୍କୁ କୁଆଡେ ନିଅଣ୍ଟ। ଅର୍ଥାତ୍ ସମାଜ ସେବା କଥା କହି ବୁଲୁଥିବା ରାଜନେତାଏ ମଧ୍ୟ ନିଜ ସ୍ୱାର୍ଥକୁ ଆଗରେ ରଖି କାର୍ଯ୍ୟ କରୁଛନ୍ତି।

ରାଜନୀତି ଏକ ସେବା ନା ଚାକିରି?
ନିର୍ବାଚିତ ବିଧାୟକମାନଙ୍କୁ ମାଗଣା ଘର,ବିଜୁଳି,ଫୋନ୍,ଗସ୍ତ ଖର୍ଚ୍ଚ ଆଦି ସହିତ ମାସିକ ଲକ୍ଷେ ଟଙ୍କା ମିଳିଥାଏ। ପ୍ରଶ୍ନ ଉଠେ ଏକ ଲକ୍ଷ ଟଙ୍କା ଦରମାରେ ଯଦି ଜଣେ ବିଧାୟକ ଚଳି ପାରୁନି ତେବେ ଜଣେ ଠିକା ସରକାରୀ ଚାକିରିଆ ୭-୮ ହଜାରରେ ତା ପରିବାର କେମିତି ଚଳେଇବ କେମିତି? ତେବେ ବିଧାୟକମାନେ ଲୋକମାନଙ୍କର ସେବା କରିବା ଦ୍ୱାହି ଦେଇ ନିର୍ବାଚିତ ହୋଇଥିବା ବେଳେ ଏବେ ଦରମା ବୃଦ୍ଧି ପାଇଁ ଦାବି କରୁଛନ୍ତି। ତେବେ ପ୍ରଶ୍ନ ଉଠେ ରାଜନୀତି ଏକ ସେବା ନା ଚାକିରି?

ସେହିପରି ଯେଉଁ ସମୟରେ ଲଗାତାର ପେଟ୍ରୋଲ-ଡିଜେଲ ଦର ବଢିଚାଲିଥିବା ବେଳେ ବିଜେି ବିଧାୟକ ବିଷ୍ଣୁ ସେଠୀଙ୍କ ବୟାନ ଏବେ ତାଙ୍କୁ ମହଙ୍ଗା ପଡିପାରେ। କାରଣ ବିଧାୟକ ମହୋଦୟ ତେଲ ରେଟ୍ ବଢିବା ସମୟରେ “ପେଟ୍ରୋଲ ଦର ଯଦି ବାଧୁଛି ତେବେ ସାଇକେଲ ଚଢ଼ିବାକୁ’ ପରାମର୍ଶ ଦେଇଥିଲେ।