fbpx
BSKY SKY
BSKY SKY

ଘରେ ଆକ୍ୱାରିୟମ୍ ରଖିବା ଅଶୁଭ କି ? ଏହାକୁ ନେଇ କଣ କହୁଛି ବାସ୍ତୁଶାସ୍ତ୍ର ଆସନ୍ତୁ ଜାଣିବା

BSKY

ନୂଆଦିଲ୍ଲୀ: ଘରେ ଆକ୍ୱାରିୟମ୍ ରଖିଲେ କେବଳ ଘରର ସୌନ୍ଦର୍ଯ୍ୟ ବଢିଥାଏ ତାହା ନୁହେଁ; ଏହାଦ୍ୱାରା ଐଶ୍ୱର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।
ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଆକ୍ୱାରିୟମ୍ ର ବ୍ୟବହାର କିପରି କଲେ ତାହା ଫଳପ୍ରଦ ଦେଇଥିବା ସେ ସଂପର୍କରେ ଜାଣିବା ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଡ୍ରଇଂ ରୁମ୍ ରେ ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍ ରଖିବା ଶୁଭ । ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆକ୍ୱାରିୟମ୍କୁ କେବେ ବି ଡ୍ରଇଂ ରୁମ୍ର ମଝିରେ ରଖିବେ ନାହିଁ । ଏହାଦ୍ୱାରା ଅର୍ଥ ବଢିବା ପରିବର୍ତ୍ତେ ଖର୍ଚ୍ଚ ଅଧିକ ହୋଇଥାଏ । ଆକ୍ୱାରିୟମ୍ କୁ ବେଡ୍ ରୁମ୍ ରେ ରଖିବା ବି ଠିକ୍ ନୁହେଁ । ଏହାଦ୍ୱାରା ଦୁଃସ୍ୱପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି ।

-ଆକ୍ୱାରିୟମ୍ ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ । ଆଉ ସେହି ୯ଟି ମାଛ ମଧ୍ୟରୁ ୮ଟି ଗୋଲ୍ଡଫିଶ୍ ଓ ଗୋଟିଏ କଳା ମାଛ ରହିବା ଅତି ଉତ୍ତମ । ଗୋଲ୍ଡ ଫିଶ୍କୁ ଧନର ପ୍ରତୀକ ବୋଲି କୁହାଯାଏ ।

ଅନ୍ୟପକ୍ଷେ କଳାମାଛ ସୁରକ୍ଷାର ପ୍ରତୀକ ଭାବେ ଘରକୁ ପ୍ରବେଶ କରୁଥିବା ନକରାତ୍ମକ ଉର୍ଜ୍ଜାକୁ ନିଜ ଉପରକୁ ନେଇ ଘରେ ସକାରତ୍ମକ ପ୍ରଭାବ ବଢାଇବାକୁ ଚେଷ୍ଟା କରିଥାଏ। ଯଦି କେବେ ଆକ୍ୱାରିୟମ ରେ କଳାମାଛଟିକୁ ହଠାତ୍ ମରିଥିବାର ଦେଖନ୍ତି, ତା’ହେଲେ ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି ବୋଲି ଜାଣିବେ । ସଙ୍ଗେ ସଙ୍ଗେ ଆଉ ଗୋଟିଏ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମ୍ ରେ ରଖିଦେବେ ଏବଂ ମୃତ ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍ ମାଟିଖୋଳି ପୋତିଦେବେ ।

Get real time updates directly on you device, subscribe now.